ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସରକାରୀ ଆଇଟିଆଇ ପକ୍ଷରୁ କରୋନା ଉପକରଣ ବଣ୍ଟନ କରାଯାଇଛି । ଏକ ପଦଚାଳିତ ହ୍ୟାଣ୍ଡ ସାନିଟାଇଜର୍ ତହସିଲଦାରଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିବା ବେଳେ ଆଇଟିଆଇ ଦ୍ୱାରା ନିର୍ମିତ ଫେସ୍ ସିଲ୍ଟ ନୟାଗଡ଼ ଟାଉନଥାନା ପୁଲିସ ଓ ଟ୍ରାଫିକ ପୁଲିସକୁ ପ୍ରଦାନ କରାଯାଇଛି । ଏତଦ୍ ବ୍ୟତିତ ଏକ ଅଟୋମେଟିକ୍ ହ୍ୟାଣ୍ଡ ସାନିଟାଇଜର୍ ନିର୍ମାଣ କରାଯାଇ ଆଇଟିଆଇ କେନ୍ଦ୍ରରେ ରଖାଯାଇ ଏହାକୁ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ବ୍ୟବହାର କରୁଥିବା ଅଧ୍ୟକ୍ଷ ଯବାନ ଦାଶ ସୂଚନା ଦେଇଛନ୍ତି ।






