ନୟାଗଡ଼, (ବାଘୁଆବାର୍ତ୍ତା): ବାଣିଗୋଛା ପୁଲିସକୁ ମିଳିଛି ବଡ଼ ସଫଳତା । ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣେ ଯୁବକକୁ ପୁଲିସ ଧରିବାରେ ସଫଳତା ପାଇଛି । କଟକ ଜିଲ୍ଲା କିଶୋର ନଗର ଥାନା କିଶୋର ନଗର ଗାଁର କଣ୍ଡୁରି ଚରଣ ସାହୁଙ୍କ ପୁଅ ଉଲ୍ଲାସ ସାହୁ ଏକ ବାଇକରେ ଗଞ୍ଜେଇ ଆଣୁଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ । ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ପକ୍ଷରୁ ୭୪/୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ତାଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ କରିବା ସହ ବାଜାଜ ଏକ୍ସସିଡି – ୧୨୫ ମୋଟର ସାଇକେଲ ଗାଡି ନମ୍ବର ଓଆର୨୧ ବି୧୫୦୧ ଗାଡିକୁ ସିଜ କରାଯାଇଛି । ଏଥି ସହିତ ଆସାମୀକୁ କୋର୍ଟ ଫରୁୱାର୍ଡ କରାଯାଇଥିବା ସୁଚନା ଦେଇଛନ୍ତି ବାଣିଗୋଛା ଥାନା ଆଇଆଇସି ଲକ୍ଷ୍ମଣ ଦଣ୍ଡସେନା ।





