Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ ମାନେ ଚାହିଁଲେ ସାରା ଭାରତ ବର୍ଷରେ ଏକ ନମ୍ବର ହୋଇପାରିବେ ନବୀନ : ସ୍ନେହାଙ୍ଗିନ

by ସଞ୍ଜୟ ସ୍ୱାଇଁ
August 22, 2023
in Nayagarh, Politics, State
ମା’ ମାନେ ଚାହିଁଲେ ସାରା ଭାରତ ବର୍ଷରେ ଏକ ନମ୍ବର ହୋଇପାରିବେ ନବୀନ : ସ୍ନେହାଙ୍ଗିନ
642
VIEWS
Share on FacebookShare on Twitter

ମହିଳା ମାନଙ୍କ ପାଇଁ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେଉଛି : ଅରୁଣ

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ନୟାଗଡ଼ ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୁ ମହିଳା ଜନତା ଦଳର ମହା ସଚିବ କସ୍ତୁରୀ ମହାପାତ୍ର, ଅନୁସୁଚିତ ଜାତି ଓ ଜନଜାତିର ରାଜ୍ୟ ସଂଯୋଜିକା ଭାରତୀ ସିଂ, ବରିଷ୍ଠ ଉପସଭା ନେତ୍ରୀ ମାନସି ସୁନ୍ଦରାୟ, ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନି ନନ୍ଦ, ମାଳତୀ ଗୁରୁ ଓ ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟ୍ଟେଇ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବିଜୁ ମହିଳା ଜନତା ଦଳର ମହା ସଚିବ କସ୍ତୁରୀ ମହାପାତ୍ର ସାମାଜିକ ଗଣ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କ ବିକାଶ ମୁଳକ କାର୍ଯ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସମସ୍ତ ବିକାଶ ଧାରାରେ ମହିଳା ମାନେ ସାମିଲ ହେବା ସହିତ ଆମ ଓଡ଼ିଶା ନବୀନ ଓଡିଶା ବିକଶିତ କରିବା ପାଇଁ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମସ୍ତ ବିଧାୟକ ଓ ଅତିଥି ମାନେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନ ଛୁରିଆ ବିକାଶ କହିଲେ ବିଜୁ ଜନତା ଦଳକୁ ବୁଝାଏ । ସମସ୍ତେ ବିଜୁ ଜନତା ଦଳକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ଗାଁ ଠୁ ସହର ସବୁଆଡେ ବିକାଶ ମୁହାଁ ଓଡିଶ।। ସାରା ଭାରତ ବର୍ଷରେ ବିକଶିତ ରାଜ୍ୟ ଭାବରେ ଗଢ଼ି ଉଠିଛି । ଉପାନ୍ତ ଅଞ୍ଚଳରେ ବିକାଶ ଶୀର୍ଷରେ ପହଞ୍ଚିବାରେ ଲାଗିଛି । ମିଶନ ଶକ୍ତିର ମା’ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଯୋଜନା କରିଛନ୍ତି ସେଥିପାଇଁ ସେମାନେ ଆଜି ଆର୍ଥିକ ସାମାଜିକ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକୁ ସାରା ଭାରତ ବର୍ଷ ଆଜି ଅନୁସରଣ କରୁଛି । ୱାର୍ଡ ସ୍ତରୁ ସଙ୍ଗଠନ ଆରମ୍ଭ କରିବା ସହିତ ପ୍ରତ୍ୟେକ ଘରେ ଘରେ ମହିଳା ମାନେ ସାମିଲ ହୋଇ ବିଜୁ ଜନତା ଦଳର ବିକାଶ ବାର୍ତାକୁ ପହଞ୍ଚାଇବାକୁ ସ୍ନେହାଙ୍ଗିନ ପରାମର୍ଶ ଦେଇଥିଲେ । ବିଜୁ ଜନତା ଦଳର ବିକଳ୍ପ ସାରା ଭାରତ ବର୍ଷର କୌଣସି ଦଳ ନାହିଁ । ମହିଳା ମାନେ ଚାହିଁଲେ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଣି ସାରା ଭାରତ ବର୍ଷରେ ଏକ ନମ୍ବର ହୋଇପାରିବେ ।

ଏହି ଅବସରରେ ନୟାଗଡ଼ ବିଧାୟକ ଡ. ସାହୁ ବିଜୁ ଜନତା ଦଳର ବିକାଶର ବାର୍ତାକୁ ରଖିଥିଲେ । ସାରା ଭାରତ ବର୍ଷରେ ବିଜୁ ଜନତା ଦଳ ଗୋଟିଏ ଦଳ ଯେଉଁ ଦଳ ପ୍ରତ୍ୟେକ ନିର୍ବାଚନରେ ଭୋଟ ଆହାର ବୃଦ୍ଧି କରିବାରେ ସଫଳ ହୋଇଛି । ସେଥିପାଇଁ ମା’ ମାନଙ୍କର ଭୂମିକା ଅଧିକ ରହିଛି । ମା’ ମାନେ କଠିନ ପରିଶ୍ରମ କଲେ ବିଜୁ ଜନତା ଦଳ ଆଗାମୀ ଦିନରେ ପୁଣି ଏକ ନମ୍ବର ହୋଇପାରିବ । ନୟାଗଡ଼ ଜିଲ୍ଲାର ୪ ଗୋଟି ଯାକ ନିର୍ବାଚନ ମଣ୍ଡଳୀରେ କିପରି ଶଙ୍ଖ ବାଜିବ ସେଥି ପାଇଁ ଆଜିଠାରୁ ସମସ୍ତେ ପ୍ରସ୍ତୁତ ହେବା ଦରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ସାରା ଭାରତ ବର୍ଷରେ କୌଣସି ନେତା ନାହାନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରେ ଥିବା ସମସ୍ତ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ର୍ରିୟା ସାହୁ, ନୟାଗଡ଼ ପୌରାଞ୍ଚଳ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ରଣପୁର ଏନଏସିର ଅଧ୍ୟକ୍ଷା ରଙ୍ଗିନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!