ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବ୍ରାଉନ ସୁଗାର ସହ ଏକ ହିରୋ ହୋଣ୍ଡା ଗାଡି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଇଟାମାଟି ପଞ୍ଚାୟତ ପ୍ରତାପପ୍ରସାଦ ଗ୍ରାମରେ ଥିବା ଭୈରବୀ ମନ୍ଦୀର ପଛ ପାଖରେ ବ୍ରାଉନ ସୁଗାର ବେପାର ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଇଟାମାଟି ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧୨ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧ ଲକ୍ଷ ୨୦ ହଜାର ଉର୍ଦ୍ଧ୍ୱ ହେବ । ଏଥି ସହିତ ଏକ ହିରୋହୋଣ୍ଡା ଗାଡିକୁ ପୁଲିସ ଜବତ କରିଛି । ଗାଡିର ନମ୍ବର (ଏମଏଚ ୧୪ ଡିଇ ୪୫୪୯) ପୁଲିସ ସିଜ କରିଛି । ସମସ୍ତ ଅଭିଯୁକ୍ତ ମାନେ ନୟାଗଡ଼ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମର ବୋଲି ପୁଲିସ ସୁଚନା ଦେଇଛି । ଦୁର୍ଗାପ୍ରସାଦ ଗ୍ରାମର ଆର୍ତବନ୍ଧୁ ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନା, ଶିବ ପ୍ରଧାନଙ୍କ ପୁଅ ରବି ପ୍ରଧାନ, ଯୁଗଳ ରାଉତଙ୍କ ପୁଅ ଟୁକୁନା ରାଉତ ବୋଲି ଇଟାମାଟି ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି ।





