ଭୁବନ, (ବାଘୁଆବାର୍ତ୍ତା): ବୋହୂକୁ ଗରମ ଚେଙ୍କ ଦେଇ ଜେଲ୍ ଗଲେ ଅଧ୍ୟାପିକା ଶାଶୁ ଓ ସ୍ବାମୀ । ସରକାରୀ କଲେଜ ଅଧ୍ୟାପିକା ହୋଇ ମଧ୍ୟ କେବଳ ରୁଟି ପୋଡିଯିବାରୁ ବୋହୂକୁ ଚେଙ୍କ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଜଗତସିଂହପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ଢେଙ୍କାନାଳ ଜିଲ୍ଲା ଭୁବନ NAC ଓ୍ବାର୍ଡ ନମ୍ବର ୧ର ଲତାବିଲ ସାହିର ଭାଗିରଥୀ ବେହେରାଙ୍କ ଝିଅ ଜଗତସିଂହପୁର ଟାଉନରେ ବିବାହ କରିଥିଲେ। ବିବାହର ୨ ମାସ ପରେ ଆରମ୍ଭ ହୋଇଥିଲା ନିର୍ୟାତନା। ଏହା ସହିତ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ସ୍ୱାମୀ ଖାରବେଳ ପାତ୍ର । ସେପଟେ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନା ମଧ୍ୟ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଏମିତିକି ରୁଟି ପୋଡି ଯିବାରୁ ସେହି ରୁଟି ସେକା ତାଓ୍ବାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ବୋହୂଙ୍କ ପରିବାର ଲୋକ ଖବର ପାଇ ପୁନେରୁ ଆସି ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ । ଏହାପରେ ଜଗତସିଂହପୁର ଉଗ୍ରତାର କଲୋନୀରୁ ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳଙ୍କୁ ଭୁବନ ପୋଲିସ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି ।





