ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ ବେପାର କରୁଥିବା ପତି ପତ୍ନୀଙ୍କୁ ଠାବ କରିବାରେ ସଫଳ ହୋଇଛି ଦଶପଲ୍ଲା ପୁଲିସ । ଏକ କାର ସହ ୫୦ କେଜି ୮୦ ଗ୍ରାମର ଗଞ୍ଜେଇ ଧରିବାରେ ସଫଳ ହୋଇଛି ଦଶପଲ୍ଲା ପୁଲିସ । ଗତ ୧୮ ତାରିଖ ଦିନ ଦଶପଲ୍ଲା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଓଆର-୨୪, ୪୩୭୭ କାରଟି ଦୃତ ଗତିରେ ଚାଲି ଯାଉଥିଲା । ଏହି ଘଟଣା ଉପରେ ପୁଲିସର ସନ୍ଦେହ ବଢ଼ିଥିଲା । ଘଟଣା ସ୍ଥଳରେ ପହଞ୍ଚି କାରକୁ ପୁଲିସ ଜବତ କରିଥିଲା ।
ଚେକିଂ କଲାବେଳେ ଉକ୍ତ ଗାଡିରୁ ୫୦ କେଜି ରୁ ଉର୍ଦ୍ଧ୍ୱ ଗଞ୍ଜେଇ ବାହାରି ଥିଲା । ଏହି ସମୟରେ କାର ଡ୍ରାଇଭର ନିହାର ରଞ୍ଜନ ଓଝା ଫେରାର ହୋଇଯାଇଥିଲେ । ପୁଲିସ ଜୟସ୍ମିତା ପୁହାନଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲେ । ସ୍ୱାମୀ ସ୍ତ୍ରୀ ମିଶି ଗଞ୍ଜେଇ ବେପାର କରୁଥିବା କଥା ସ୍ୱୀକାର କରିଥିଲେ । ଫେରାର ଥିବା ନିହାର ରଞ୍ଜନ ତାଙ୍କ ସ୍ୱାମୀ ବୋଲି ସେ ପ୍ରକାଶ କରିଥିଲେ । ଆସାମୀ ଜୟସ୍ମିତା ପୁହାନଙ୍କ ଘର ଜଗତସିଂପୁର ଥାନା ସାନରା ଆନିପୁର ଗ୍ରାମର ବୋଲି ଜଣା ପଡିଛି । ତାଙ୍କ ଠାରୁ ଦୁଇ ଗୋଟି ମୋବାଇଲ ଫୋନ ଜବତ କରାଯାଇଛି । ଦଶପଲ୍ଲା ପୁଲିସ ଜୟସ୍ମିତାଙ୍କୁ କୋର୍ଟ ଫରୁୱାର୍ଡ କରିଛନ୍ତି । ଏ ସୁଚନା ଦେଇଛନ୍ତି ଦଶପଲ୍ଲା ଥାନା ଆଇଆଇସି ମୁକେଶ ବେହେରା ।





