ପୁରୀ, (ବାଘୁଅବାର୍ତ୍ତା): ପୁରୀ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣକୁ ଖଣ୍ଡାରେ ହାଣି ଥିବାରୁ ୫ ଜଣଙ୍କୁ ଜେଲ ଯିବାକୁ ପଡିଛି । ସୁଚନାନୁସାରେ ପୁରୀ ଟାଉନ ଥାନା ମାର୍କେଣ୍ଡସ୍ୱର ସାହି ପୂଆପାଟଣା ଗଳିର ସନ୍ତୋଷ କୁମାର ରାଉତ ଓ ମଳିଳିତ ଭାବେ ୫ ଜଣ ଆକ୍ରମଣ କରିଥିଲେ । ଏଥି ସହିତ ତାଙ୍କ ପକେଟରୁ ୫ ହଜାର ଟଙ୍କା ଲୁଟ କରିଥିଲେ । ଏ ନେଇ ସନ୍ତୋଷ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପୁଲିସ ତତ୍ପରତା ଦେଖାଇ ୨୮୫/୨୩ ରେ ଏକ ମାମଲା ରୁଜ କରିଥିଲା । ଅଧିକ ତଦନ୍ତ କରି ୫ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । ଅଭିଯୁକ୍ତ ମାନେ ହେଲେ କୁମ୍ଭାରପଡା ଥାନା ସଂଗ୍ରାମ କ୍ଲବ ଲେନର ଗଣେଷ ମହାନ୍ତି, ବାସେଳି ସାହି ଥାନା ଅନ୍ତର୍ଗତ ଇଦେବ ନଗରର ଆଶିଷ କୁମାର ରଥ, ବାସେଳି ସାହି ଥାନାର ଥାନାପଲ୍ଲୀ ଲେନ ଅଜୟ ନାୟକ, ପୁରୀ ଟାଉନ ଥାନାର ଚକ୍ରକୋଟ ଲେନର ବାପିନା ସାହୁ, ବିଡାନାସୀ ଥାନା ଶୁଭଦ୍ରା ନଗରର ବିକ୍ରମ ପ୍ରଧାନକୁ ଗିରଫ କରାଯାଇ କୋର୍ଟ ଫରୁୱାର୍ଡ କରାଯାଇଥିବା ଆଇଆଇସି ସୁନିଲ କୁମାର ପ୍ରଧାନ ସୁଚନା ଦେଇଛନ୍ତି ।





