ରାଉରକେଲା, (ବାଘୁଆବାର୍ତ୍ତା): ଗତ ୭ ମାସ ତଳେ ବିବାହ କରିଥିବା ନବବଧୂଙ୍କ ଝୁଲନ୍ତା ଶବ ଉଦ୍ଧାର। ରାଉରକେଲା ସେକ୍ଟର- ୪ ସ୍ଥିତ ଶ୍ଵଶୁର ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ହେଲେ ମମତା ମହାପାତ୍ର (୨୫ ବର୍ଷ)। ରାଉରକେଲା ସେକ୍ଟର-୪ର ବିଶ୍ୱଜିତ୍ ମହାପାତ୍ର ଗତ ଜାନୁଆରୀ ମାସରେ ଦେବଗଡ଼ ନିବାସୀ ମମତାଙ୍କୁ ବିବାହ କରିଥିଲେ। ଆଜି ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେକ୍ଟର-୩ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।





