ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଦୁଇ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ଜେଲ୍ ପଠାଯାଇଛି । ସେମାନଙ୍କ ଠାରୁ ୪ ଗୋଟି ମଟର ସାଇକେଲ ଜବତ କରାଯାଇଥିବା ବେଳେ ଗୋଟିଏ ଆକ୍ଟିଭା ସ୍କୁଟର ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ମାନେ ଗଞ୍ଜାମ ଜିଲ୍ଲାର । ଆଜି ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ନୟାଗଡ଼ ଆଡିସ୍ନାଲ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାସିସ ସାହୁ ଓ ଇଟାମାଟି ଆଇଆଇସି ଦୀଲ୍ଲୀପ କୁମାର ସ୍ୱାଇଁ ।
ସୁଚନାନୁସାରେ ଇଟାମାଟି ଗ୍ରାମର ଆଙ୍କୁଲେଇପାଟଣା ସାହିର ନକୁଳ ସାହୁଙ୍କର ଗତ ୫ ତାରିଖରେ ଓଡି-୨୫,ଏଚ-୬୮୬୪ ଗ୍ଲାମର ଗାଡିଟି ଚୋରି ହୋଇଯାଇଥିଲା । ଏନେଇ ସେ ଇଟାମାଟି ଥାନାରେ ମାମଲା ଦାୟର କରିଥିଲେ । ଇଟାମାଟି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ବୁଗୁଡା ସତ୍ୟନାରାୟଣ ସାହିର ଶିବ ଚୌଧୁରୀ ଓ ଗଞ୍ଜାମ ଜିଲ୍ଲା ପୋତିନଡା ଥାନା ନାରାୟଣପୁର ଗ୍ରାମର ବବୁଲ ଦାସକୁ ଇଟାମାଟି ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ପୁଲିସ ପକ୍ଷରୁ ଅଭିଯୋଗ କାରୀଙ୍କ କାଗଜ ପତ୍ର ଯାଞ୍ଚ କରି ତାଙ୍କ ଗାଡି ଫେରସ୍ତ କରାଯାଇଛି । ଇଟାମାଟି ଥାନା କେସ ନଂ – ୧୭୩/୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଜେଲ ପଠାଯାଇଛି ।





