Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ ସାଜିଲା ପିଶାଚୀ : ମାସକର ଶିଶୁ ପୁତ୍ରକୁ ଟାଙ୍ଗିଆରେ କଲା ଦୁଇ ଖଣ୍ଡ

by ସଞ୍ଜୟ ସ୍ୱାଇଁ
August 14, 2023
in Crime, State
ମା’ ସାଜିଲା ପିଶାଚୀ : ମାସକର ଶିଶୁ ପୁତ୍ରକୁ ଟାଙ୍ଗିଆରେ କଲା ଦୁଇ ଖଣ୍ଡ
123
VIEWS
Share on FacebookShare on Twitter

ତେଲକୋଇ, (ବାଘୁଅବାର୍ତ୍ତା): ପିଶାଚିନୀ ମା’ର ଉନ୍ମତକାଣ୍ଡ । ମାସକର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିମଳା ପଞ୍ଚାୟତ ନମକାନି ଗାଁ ପୁରୁଣାପାଣି ସାହିରେ । ଗାଁର ଗୁରୁ ଜୁଆଙ୍ଗଙ୍କ ସ୍ତ୍ରୀ ଲକ୍ଷ୍ମୀ ଜୁଆଙ୍ଗ ସୋମବାର ଦିନ ୧୨ଟା ବେଳକୁ ସ୍ବାମୀ ଗୁରୁ ଘର ଭିତରେ ଶୋଇଥିବା ବେଳେ ଲକ୍ଷ୍ମୀ ନିଜେ ସିନ୍ଦୂର ଲଗାଇବା ସହ ମାସକର ଶିଶୁପୁତ୍ରକୁ ମଧ୍ୟ ସିନ୍ଦୁର ଲଗାଇ ଦେଇଥିଲା । ପରେ ଘର ଭିତରେ ଶୋଇଥିବା ସ୍ବାମୀ ଗୁରୁଙ୍କୁ ବାହାର ପଟୁ ଶିକୁଳି ଲଗେଇ ଦେଇଥିଲା । ଏକ ଟାଙ୍ଗିଆ ସାହାଯ୍ୟରେ ଶିଶୁପୁତ୍ରକୁ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଥିଲା । ଏ ଘଟଣାକୁ ସ୍ବାମୀ ଘର ଭିତରୁ ଦେଖି ଡରିଯାଇ ଘର ଉପରପଟ ଦେଇ ଘରୁ ବାହାରି ଯାଇଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି । ପୂର୍ବରୁ ଲକ୍ଷ୍ମୀ ନିଜ ୧୦ ବର୍ଷର ଝିଅକୁ ମଧ୍ୟ ବାପଘରକୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକ ପ୍ରକାଶ କରିଥିଲେ । ସଂପୃକ୍ତ ଘଟଣାରେ ଲକ୍ଷ୍ମୀ ବେଲ୍‌ରେ ଆସିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!