ଜାରି ରହିବ କଳା ବ୍ୟାଚ ପରିଧାନ, କଲମ ଛାଡ଼ ନିଷ୍ପତ୍ତି ସ୍ଥଗିତ
ନୟାଗଡ଼, (ବାଘୁଆବାର୍ତ୍ତା): ଦଶପଲ୍ଲା ବିଡିଓଙ୍କୁ ଆକ୍ରମଣ ଘଟଣାରେ ଆଜି ଓଡ଼ିଶା ପ୍ରଶାସନିକ ସେବା ସଂଘ ସହ ଆଲୋଚନା ପରେ ନୟାଗଡ଼ ଶାଖାର ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲିଠାରୁ ହେବାକୁ ଥିବା କଲମଛାଡ଼ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି । ସୂଚନାନୁସାରେ, ଆଜି ଦଶପଲ୍ଲା ବିଡିଓଙ୍କୁ ଆକ୍ରମଣ ଘଟଣାରେ ପୁଲିସକୁ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଗୃହ ବିଭାଗ ସଚିବ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତିରେ ସଂଘ ପକ୍ଷରୁ ପରିବର୍ତ୍ତନ କରାଯାଇଛି । ମାତ୍ର ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ ଜାରି ରହିବ ବୋଲି ଜଣାଯାଇଛି ।





