ନୟାଗଡ଼, (ବାଘୁଆବାର୍ତ୍ତା): ଭାରତ ଓ ଚୀନର ସୈନିକଙ୍କ ମଧ୍ୟରେ ଲଢ଼େଇ ହୋଇ ଗଲୱାନ ଘାଟିରେ ଗତକାଲି ହୋଇଥିବା ସଂଘର୍ଷରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ଆଜି ନୟାଗଡ଼ ଭାରତ ବିକାଶ ପରିଷଦ ଶାଖା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ନୟାଗଡ଼ ଶାଖା ଅଧ୍ୟକ୍ଷ ବିଦ୍ୟାଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ସର୍କଟ ହାଉସ୍ ନିକଟରେ ଥିବା ଶାଖା କାର୍ଯ୍ୟାଳୟଠାରେ ଉକ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବୀରପୁତ୍ର ସହିଦ୍ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଶାଖା ସଚିବ ପ୍ରଦୀପ କୁମାର ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କ୍ରୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ସାହୁ, ଆଞ୍ଚଳିକ ସଂପାଦକ ଶ୍ରୀଧର ସାହୁ, ଅନାଦି ଚରଣ ମହାନ୍ତି, ହରପ୍ରସାଦ ମହାପାତ୍ର, ହରିହର ପାତ୍ର, ଦୁର୍ଯ୍ୟୋଧନ ସାହୁ ପ୍ରମୂଖ ଉପସ୍ଥିତ ରହି ଚୀନର ବର୍ବରତାକୁ ଗଭୀର ନିନ୍ଦା କରାଯାଇଥିଲା ।





