Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତେଜିଲା ରଜା ଘର କଳି, ବଲାଙ୍ଗୀର ଟାଉନ ଥାନାରେ ଅଦ୍ରିଜା ମଞ୍ଜରୀ ସିଂଦେଓ

by ସଞ୍ଜୟ ସ୍ୱାଇଁ
August 12, 2023
in Crime, State
ତେଜିଲା ରଜା ଘର କଳି, ବଲାଙ୍ଗୀର ଟାଉନ ଥାନାରେ ଅଦ୍ରିଜା ମଞ୍ଜରୀ ସିଂଦେଓ
238
VIEWS
Share on FacebookShare on Twitter

ଵଲାଙ୍ଗିର, (ବାଘୁଆବାର୍ତ୍ତା): ତେଜିଲା ବଲାଙ୍ଗୀର ରଜା ଘର କଳି । ଟାଉନ ଥାନାରେ ପହଞ୍ଚିଲା ମାମଲା । ନ୍ୟାୟ ସହ ସୁରକ୍ଷା ଦାବି କରି ଥାନାରେ ପହଞ୍ଚିଲେ ରଜାଘର ବୋହୂ । ଅଦ୍ରିଜା ମଞ୍ଜରୀ ସିଂଦେଓ ଵଲାଙ୍ଗିର ଟାଉନ ଥାନାରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି । ରାଜପରିବାର ନାଁରେ ଆସିଛି ନିର‌୍ୟାତନା ଅଭିଯୋଗ । ଧୀରେ ଧୀରେ ବଲାଙ୍ଗୀର ରାଜପରିବାର କଳି ପଦାରେ ପଡିଥିଲା । ବଲାଙ୍ଗୀର ରାଜପରିବାର ଯୁବ ନେତା ଅର୍କେଶ ନାରାୟଣ ସିଂଦେଓ ଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ ତାଙ୍କ ସ୍ତ୍ରୀ ଅଦ୍ରୀଜା ମଞ୍ଜରୀ ସିଂ। ଏନେଇ ଡେରାଡୁନ ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିଲା । ରାଜପରିବାରରେ ବୋହୂକୁ ଘରୋଇ ହିଂସା ଅଭିଯୋଗ ଆସିଛି । ବଲାଙ୍ଗୀର ରାଜପରିବାର ରେ ଏଭଳି ଝଡ଼ ଉଠିଛି । ପଦାରେ ପଡିଛି ବଡ଼ ଘର ଗୁମର । ବଲାଙ୍ଗୀର ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଙ୍କ ସାନପୁଅ ଅର୍କେଶ ନାରାୟଣ ସିଂଦେଓ ଙ୍କ ସ୍ତ୍ରୀ ଅଦ୍ରୀଜା ମଞ୍ଜରୀ ସିଂ ଆଣିଛନ୍ତି ଏଭଳି ସାଙ୍ଘାତିକ ଅଭିଯୋଗ । ତାଙ୍କୁ ଅର୍କେଶ ମାଡ଼ ମାରିଥିବା ବେଳେ ତାଙ୍କ ବାପା ଅନଙ୍ଗ ଉଦୟ ସିଂଦେଓ ବଡ଼ ଭାଇ କଲିକେଶ ନାରାୟଣ ସିଂଦେଓ ତାଙ୍କ ସ୍ତ୍ରୀ ମେଘନା ସିଂଦେଓ ମାନସିକ ନିର‌୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି । ସେହିପରି ତାଙ୍କୁ ମାରିବା ପାଇଁ ସୁପାରି ମଧ୍ୟ ଦେଉଥିବା ଅଭିଯୋଗ ଆଣିଛନ୍ତି ଓ ଡେରାଡୁନ ଥାନାରେ ଏତଲା ଦେଇଛନ୍ତି । ସେପଟେ ଏହାର ଉତ୍ତର ରଖୁଛନ୍ତି ଅର୍କେଶ । ଅଦ୍ରୀଜା ଡେରାଡୁନ ଠାରେ ଥିବା ଅର୍କେଶଙ୍କ ଘରକୁ କବଜା କରିଥିବା ସହ ଅଦ୍ରୀଜା ତାଙ୍କ ବଡ଼ ଭଉଣୀ ଓ ବାପା ଅଜୟ କୁମାର ସେହି ଘରେ ରହୁଛନ୍ତି। ଅର୍କେଶ ଗଲେ ସେହି ଘରେ ପୁରାଇ ଦେଉନାହାନ୍ତି । କିଛି ଜମି ମଫିଆ କୁ ସେହି ଘରେ ଆଶ୍ରୟ ଦେଇଛନ୍ତି। ତେବେ ଏନେଇ କାହିଁକି ଏଭଳି କରୁଥିବା ଜାଣିବାକୁ ସିସିଟିଭି ମଧ୍ୟ ଲଗାଇ ଥିଲେ ତାହାକୁ ମଧ୍ୟ ବିଭାଙ୍ଗୁଥିବା କହିଛନ୍ତି ଅର୍କେଶ। ତେବେ ଅନ୍ୟ ଲୋକଙ୍କ ଙ୍କୁ ତାଙ୍କ ଘରେ ଆଶ୍ରୟ ଦେଇ ନିଜ ସ୍ୱାମୀ କୁ ଘରକୁ ପସିନ ଦେବାର କରାଣ କଣ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ନା ମାନସିକ ନା ଶାରୀରିକ ନିର‌୍ୟ୍ୟାତନା ଦିଆଯାଇନାହିଁ ଯଦି ଦିଯାଇଛି କୌଣସି ପ୍ରମାଣ ଅଛି ତାହାକୁ ସୋକରନ୍ତୁ ବୋଲି କହିଛନ୍ତି ଅର୍କେଶ। ଅଦ୍ରୀଜା ୧୦୦ କୋଟି ମାଗିବା ସହ ବଲାଙ୍ଗୀର ରେ ପଲଟିକାଲ ପାୱାର ଦେବାକୁ ଦାବି କରିଥିଲେ ଓ ତାଙ୍କ ପରିବାର ଠୁ ଅଲଗା ହେବାକୁ ସର୍ତ୍ତ ରଖିଥିଲେ ଯାଉଥିରେ ରାଜି ନହେବାରୁ ମିଥ୍ୟା ଅଭିଯୋଗ ଆଣିବା କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!