Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷ

by ସଞ୍ଜୟ ସ୍ୱାଇଁ
August 11, 2023
in Crime, State
ପୁଲିସ ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷ
85
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ପୁଲିସ ପରିଚୟ ଦେଇ ଦୁଇ ଜଣଙ୍କ ବ୍ୟକ୍ତି ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକରେ। ଏନେଇ ଲାଲବାଗ୍ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ସୁନା ବ୍ୟବସାୟୀଙ୍କ ନାଁ ପଙ୍କଜ କୁମାର ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳରେ। ସେଠାରେ ତାଙ୍କର ଏକ ଛୋଟ ସୁନା ଓ ରୁପା ଦୋକାନ ଅଛି। ଆଜି ସେ ୨ ଲକ୍ଷ ଟଙ୍କା ଧରି କଟକ ଆସିଥିଲେ କିଛି ସୁନା ଓ ରୁପା ଅଳଙ୍କାର କିଣିବା ପାଇଁ। ପଙ୍କଜଙ୍କ କହିବା ଅନୁଯାୟୀ ସେ ହାଇକୋର୍ଟ ଛକରୁ ଚାଲି ଚାଲି ଯାଉଥିଲେ। ନୟାସଡ଼କ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଟକାଇଲେ। ସେମାନେ ନିଜକୁ ପୁଲିସ ବୋଲି କହିଥିଲେ। ଆଇ କାର୍ଡ ମଧ୍ୟ ଦେଖାଇଥିଲେ। ସେ ବ୍ୟାଗ୍‌ରେ କ’ଣ ନେଇ ଯାଉଛନ୍ତି, ତାହା ସେମାନେ ଯାଞ୍ଚ କରିବେ ବୋଲି କହିଥିଲେ। କିନ୍ତୁ ପଙ୍କଜ ପ୍ରଥମେ ରାଜି ହୋଇ ନଥିଲେ। ସେମାନେ ତାଙ୍କୁ ବ୍ୟାଗ୍ ଯାଞ୍ଜ ପାଇଁ ବାଧ୍ୟ କରିଥିଲେ। ପଙ୍କଜଙ୍କ ସମ୍ମୁଖରେ ସେମାନେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଯାଞ୍ଚ କରିଥିଲେ। ତେଣୁ ପଙ୍କଜ ବାଧ୍ୟ ହୋଇ ଦୁଇ ନକଲି ପୁଲିସଙ୍କୁ ତାଙ୍କ ବ୍ୟାଗ୍ ଯାଞ୍ଜ ପାଇଁ ଦେଇଥିଲେ। ଆଉ ଯାଞ୍ଚ ବାହାନାରେ ସେମାନେ ପଙ୍କଜଙ୍କ ବ୍ୟାଗରୁ ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଦୁଇ ଲୁଟେରା ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନେ ଉଭୟ ହିନ୍ଦୀ ଓ ଓଡ଼ିଆରେ କଥା ହେଉଥିଲେ ବୋଲି ପଙ୍କଜ କହିଛନ୍ତି। ପଙ୍କଜଙ୍କ ଅଭିଯୋଗ ଆଧାରରେ ଲାଲବାଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!