ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ କରୁଥିବା ଡା. ଶ୍ୱେତ ମହାପାତ୍ର ଅବସର ଗ୍ରହଣ କରିବା ପରେ ଡା. ସୁଧାଶୁଂ ଷଡ଼ଙ୍ଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱ ଦିଆଯାଇଥିଲା । ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗ୍ରେଡ ୨ରେ ଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଗ୍ରେଡ୍ ୧ରେ ୩୦ ଜଣଙ୍କୁ ପଦୋନ୍ନତୀ ଦେଇଛନ୍ତି । ସୂଚନାନୁସାରେ, ସୋନପୁର ଜିଲ୍ଲାରେ କାର୍ଯ୍ୟରତ ଡା. ରଂଜୀତା ବିଶ୍ୱାଳଙ୍କୁ ପଦୋନ୍ନତୀ ଦେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରିଛନ୍ତି ।





