Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ବିବାହରୁ ଛାଡପତ୍ର, ଝିଅକୁ ମାରିବାକୁ ରାଜି ହେଲାନି ମା’, ଆତ୍ମହତ୍ୟା କଲେ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
August 9, 2023
in Crime, Nayagarh, State
ପ୍ରେମ ବିବାହରୁ ଛାଡପତ୍ର, ଝିଅକୁ ମାରିବାକୁ ରାଜି ହେଲାନି ମା’, ଆତ୍ମହତ୍ୟା କଲେ ସ୍ୱାମୀ
561
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଗୋଡିପଡା ଫାଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୨୧ ଦିନର ଝିଅକୁ ହତ୍ୟା କରିବାକୁ ସ୍ତ୍ରୀ ରାଜିନହେବାରୁ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଗୋଡିପଡା ଫାଣ୍ଡି ତୋଡିବାରୀ ଗାଁରେ । ସୁଚନାନୁସାରେ ଗଣିଆ ଥାନା ପାଟଣାସାହିର ସନାତନ ସାହୁଙ୍କ ପୁଅ ସମ୍ବିତ୍ ସାହୁ ଗୋଡିପଡା ଫାଣ୍ଡି ତୋଡିବାରୀ ଗାଁର ସୁମିତ୍ରା ନାୟକଙ୍କୁ ଭଲ ପାଇ ବିବାହ କରିଥିଲେ । ତେବେ ସୁମିତ୍ରା ଅସବର୍ଣ୍ଣ ଜାତିର ହୋଇଥିବାରୁ ସମ୍ବିତଙ୍କ ପରିବାର ଲୋକ ଏହାକୁ ଗ୍ରହଣ କରିନଥିଲେ । ଫଳରେ ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ନିଜ ଘର ଲୋକଙ୍କ ଅଜାଣତରେ ସମ୍ବିତ୍ ପୁଣିଥରେ ସୁମିତ୍ରାଙ୍କ ସହ ସମ୍ପର୍କ ରଖିବା ସହ ଦୁହେଁ ଭୂବନେଶ୍ବରରେ ଏକାଠି ରହିଥିଲେ । କିଛି ଦିନ ପରେ ଡାକ୍ତରୀ ପରୀକ୍ଷା ପରେ ସୁମିତ୍ରା ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ଜାଣିବା ପରେ ଛୁଆକୁ ନଷ୍ଟ କରିବାକୁ ସମ୍ବିତ୍ ଜିଦ୍ ଧରିଥିଲେ । ତେବେ ସୁମିତ୍ରା ଏଥିରେ ରାଜି ହୋଇନଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁମିତ୍ରା ବିଶ୍ରାମ ନେବାପାଇଁ ନିଜ ଗାଁକୁ ଚାଲିଆସିଥିଲେ । ସେଠାରେ ତାଙ୍କର ଝିଅ ଜନ୍ମ ହୋଇଥିଲା । ଗତ ସୋମବାର ଦିନ ଝିଅର ଏକୋଇଶିଆ ପାଇଁ ସମ୍ବିତ୍ ତୋଡିବାରୀ ଆସିଥିଲେ ଏବଂ ସେଠାରେ ସମସ୍ତ ପୂଜାନିତୀ ହୋଇଥିଲା । ପରଦିନ ସମ୍ବିତ୍ ପୁଣିଥରେ ଝିଅକୁ ହତ୍ୟା କରିବାକୁ ସୁମିତ୍ରାଙ୍କ ନିକଟରେ ଜିଦ୍ ଧରିଥିଲେ । ଏପରିକି ଝିଅକୁ ହତ୍ୟା କଲେ ତାଙ୍କ ପରିବାର ଲୋକ ସୁମିତ୍ରାଙ୍କୁ ଗ୍ରହଣ କରିବେ ବୋଲି ଜିଦ୍ କରିଥିଲେ ସମ୍ବିତ୍ । ଏଥିପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ପରେ ସମ୍ବିତ୍ ଶୌଚ ଯିବାକୁ କହି ଘରକୁ ଗାମୁଛା ନେଇ ଯାଇଥିଲେ । ଘରୁ ଯିବାର କିଛି ସମୟ ପରେ ସୁମିତ୍ରାଙ୍କୁ ଭିଡିଓ କଲ୍ କରିବାକୁ ସମ୍ବିତ୍ କହିଥିଲେ । ତେବେ ସମ୍ବିତ୍ ଘରକୁ ନଫେରିବାରୁ ସୁମିତ୍ରା ପରିବାର ସଦସ୍ୟଙ୍କ ସହ ଗାଁ ନିକଟ ଜଙ୍ଗଲରେ ବହୁ ଖୋଜାଖୋଜି କରିବା ପରେ ସମ୍ବିତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସେପଟେ ସମ୍ବିତ୍‌ଙ୍କ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଗୋଡିପଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ବ୍ୟବଛେଦ କରି ସମ୍ବିତ୍‌ଙ୍କ ପରିବାରକୁ ହସ୍ତାନ୍ତର କରିଛି । ତଦନ୍ତ ଏବଂ ବ୍ୟବଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!