ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ଅବକାରୀ ପୁଲିସକୁ ମିଳିଛି ବଡ଼ ସଫଳତା । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାଣିଗୋଛା ଟାକୁଡା ଠାରେ ସଦର ଅବକାରୀ ପକ୍ଷରୁ ପେଟ୍ରୋଲିଂ କରୁଥିବା ବେଳେ ୩ ବସ୍ତା ଗଞ୍ଜେଇ ଜବତ କରିଛି । ଏଥି ସହିତ ଓଡି-୧୪ଜି୫୦୦୪ ମହିନ୍ଦ୍ରା ଗାଡିକୁ ଜବତ କରିଛି । ୩ ବସ୍ତା ଗଞ୍ଜେଇ ବସ୍ତାରେ ମୋଟ ୬୩ କେଜି ଗଞ୍ଜେଇ ଥିବା ଜଣା ପଡିଛି । ଜଣଙ୍କୁ ଅଟକ ରଖି ସଦର ଅବକାରୀ ପୁଲିସ ଛାନଭିନ୍ ଚଳାଇଛି ।





