ଦିଲ୍ଲୀ, (ବାଘୁଆବାର୍ତ୍ତା) : ରାଜ୍ୟରେ ରଥ ଗଡ଼ିବ ନାହିଁ ବୋଲି ଆଜି ସୁପ୍ରିମ କୋର୍ଟ ତାଙ୍କ ରାୟ ଦେଇଛନ୍ତି । କେବଳ ପୁରୀ ରଥଯାତ୍ରା ନୁହେଁ, ସାରା ଓଡ଼ିଶାର କୈାଣସି ସ୍ଥାନରେ ରଥଯାତ୍ରା ହୋଇ ପାରବ ନାହିଁ ବୋଲି ଜଣଯାଇଛି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜୁନ ୨୩ରେ ଚଳିତ ବର୍ଷ ରଥଯାତ୍ରା ହେବାର ଥିବା ମାତ୍ର ଏହା ଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ରହିଥିବାରୁ, ସୁପ୍ରିମକୋର୍ଟ ରଥ ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ସାରା ଓଡ଼ିଶା ବାସୀ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ମାନିବେ ବୋଲି ଆଶା କରାଯାଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣ ଖଣ୍ଡପିଠ ଏହି ମାମଲାର ଶୁଣାଣି କରିଛନ୍ତି ।





