ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ପାହାଡ଼ରେ ପଡିଛି ଯୁବତୀଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ତପ୍ତପାଣି ମନ୍ଦିର ନିକଟ ପାହାଡ ନିକଟରେ ପଡିଛି ଯୁବତୀଙ୍କ ମୃତଦେହ । ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ମିଳିନି ଯୁବତୀଙ୍କ ପରିଚୟ । ପାହାଡ଼ ନିକଟରେ ଥିବା କେନାଲକୁ କିଛି ଲୋକ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ଏକ ମୃତଦେହ କେନାଲରେ ଭାସୁଥିବାର ଦେଖିଥିଲେ । ଏହାପରେ ତୁରନ୍ତ ପୋଡ଼ାମାରି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ତୁରନ୍ତ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଥିବା ସୂଚନା ମିଳିଛି । ତେବେ ଏବେ ଯାଏଁ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ଯୁବତୀଙ୍କ ମୃତ୍ୟୁ ପଛରେ କାରଣ ଅସ୍ପଷ୍ଟ ରହିଛି । ଆତ୍ମହତ୍ୟା ନା ହତ୍ୟା, ପୋଲିସ ତଦନ୍ତ ପରେ ପୁରା ସ୍ପଷ୍ଟ ହେବ ।





