Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ଲକ୍ଷ ଦାବି, ଅପହୃତ ପ୍ରଧାନ ଶିକ୍ଷକ ଛତିଶଗଡରୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
August 8, 2023
in Crime, State
୫ ଲକ୍ଷ ଦାବି, ଅପହୃତ ପ୍ରଧାନ ଶିକ୍ଷକ ଛତିଶଗଡରୁ ଉଦ୍ଧାର
193
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ପ୍ରଧାନ ଶିକ୍ଷକଙ୍କୁ ଅପହରଣ କରି ୫ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ। ଛତିଶଗଡ଼ରୁ ଉଦ୍ଧାର ହେଲେ ଅପହୃତ ଶିକ୍ଷକ। ୩ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ଼ ଏବଂ କିଞ୍ଜିରକେଲା ପୋଲିସ। ବାଲିଶଙ୍କରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବ୍ରାହ୍ମଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସର୍ବେସ୍ୱର ଦାସ ସୋମବାର ୪ଟା ୨୦ରେ ଘରକୁ ଫେରୁଥିବା ବେଳେ ଜଣେ ଅଚିହ୍ନା ଯୁବକ ଲିଫ୍ଟ ମାଗିଥିଲା। ଲିଫ୍ଟ ଦେଲା ପରେ ଅଳ୍ପ ଦୂର ଯିବା ପରେ ଯୁବକଟି ଗାଡ଼ିରୁ ଓହ୍ଲାଇବାକୁ କହିଲା। ତାପରେ ଅନ୍ୟ ଦୁଇ ଜଣ ଆସି ଶିକ୍ଷକଙ୍କ ସ୍କୁଟିରୁ ଚାବି କାଢି ନେଇ ଶିକ୍ଷକଙ୍କୁ ଏକ ସ୍କରପିଓ ଯୋଗେ ଅପହରଣ କରି ନେଇଥିଲେ। ଶିକ୍ଷକଙ୍କୁ ଛତିଶଗଡ଼ ନେଇ ସେଠାରେ ମାଡ଼ ମାରିଥିଲେ। ପରେ ସନ୍ଧ୍ୟା ସାଢେ ୬ଟା ବେଳେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ୫ ଲକ୍ଷ ଟଙ୍କା ମାଗିବାକୁ କହିଥିଲେ। ୫ ଲକ୍ଷ ସମ୍ଭବ ହେବନାହିଁ ବୋଲି ଶିକ୍ଷକ କହିବାରୁ ତାଙ୍କୁ ପୁଣି ଥରେ ମାଡ଼ ମାରିଥିଲେ । ଶେଷରେ ୧ ଲକ୍ଷ ଟଙ୍କା ହେବ ବୋଲି କହିଲା ପରେ ତାଙ୍କ ସ୍ତ୍ରୀ କିଛି ସୁନା ଗହଣା ଓ ନଗଦ ୫୦ ହଜାର ଟଙ୍କା ଅପହରଣକାରୀଙ୍କୁ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଓ କିଞ୍ଜିରକେଲା ପୁଲିସଙ୍କୁ ଏ ବିଷୟରେ ତାଙ୍କ ସ୍ତ୍ରୀ ଜଣାଇବା ପରେ ପୁଲିସ ୩ ଜଣ ଅପହରଣକାରୀଙ୍କୁ ଏବଂ ସ୍କୋରପିଓକୁ ଜବତ କରିଥିବା ଜଣାପଡିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!