ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଆଜି ଭୁବନେଶ୍ୱର କମିଶନର ପୋଲିସ ଗ୍ୟାଙ୍ଗ ୱାର ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗ କୁ ପୋଲିସ ଗିରଫ କରିଛି । ଭୁବନେଶ୍ୱରରେ ବଡ଼ ଧରଣର ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା ସେହି ସମୟରେ ସ୍ପେଶାଲ ସ୍କୁର୍ଡ଼ କାବୁ କରିଥିଲା । ଖଣି କାରବାର ଓ ଗାଈ ଚୋରା ଚଳନରେ ଏମାନେ ଲିପ୍ତ ରହୁଥିବା ପୋଲିସ ସୂଚନା ଦେଇଛି । ଗୋ ତସ୍କରୀ ମୁଖ୍ୟ ବଟ ପାଣିକୁ ମଧ୍ୟ ଗିରଫ କରାଯାଇଛି । ଖୋର୍ଦ୍ଧାର ପ୍ରକାଶ ରାଉତରାୟ ଏଥିରେ ସମ୍ପୃତି ଥିବାବେଳେ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଛି । ତାଙ୍କ ଗୁରୁଜଙ୍ଗ ଠାରେ ଥିବା ତାଙ୍କ ବାସ ଭବନ ଉପରେ ଚଢ଼ାଉ ମଧ୍ୟ ଜାରି ରହିଛି । ଭୁବନେଶ୍ୱରର ସ୍ପେଶାଲ ସ୍କୁର୍ଡ଼ ସହିତ ଖୋର୍ଦ୍ଧା ପୋଲିସର ଚାଲିଛି ମିଳିତ ଚଢ଼ାଉ ଚାଲୁରହିଛି ତା ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।





