ଝାରସୁଗୁଡା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡିଛନ୍ତି ସିଡିପିଓ । ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା । ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍ । ମାସକୁ ୧୦ ହଜାର ଟଙ୍କା ଲେଖାଏଁ ୪ ମାସର ବକେୟା ଲାଞ୍ଚ ନେଉଥିଲେ ସରୋଜିନୀ । ଶନିବାର ଦିନ ୧୨ଟା ୪୦ ମିନିଟ୍ ସମୟରେ ସିଡିପିଓ ସରୋଜିନୀ ଏକ୍କା ବଢ଼େଇମୁଣ୍ଡା ଆଶ୍ରମ ସ୍କୁଲ ପରିଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ପଞ୍ଚପଡାର ସରସ୍ୱତୀ ଏସ୍ଏଚ୍ଜି ଗ୍ରୁପର ସଦସ୍ୟା ଛତୁଆ ଯୋଗାଇବା ପାଇଁ ଲାଞ୍ଚ ଦେବାକୁ ସେଠାରେ ପହଞ୍ଚିବା ପରେ ରାସ୍ତା ଉପରକୁ ଟଙ୍କା ନେବାକୁ ଆସିଥିଲେ । ଲାଞ୍ଚ ଗ୍ରହଣ କରିବା ସମୟରେ ପୂର୍ବରୁ ଅପେକ୍ଷା କରିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲେ । ଏହାପରେ କକ୍ସ କଲୋନୀ ସ୍ଥିତ ତାଙ୍କ ବାସଭବନ ସହ ରାଉରକେଲାର ବାସଭବନରେ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।





