ନୟାଗଡ଼/ଓଡ଼ଗାଁ, (ବାଘୁଆବାର୍ତ୍ତା):ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନିକଟସ୍ଥ ବଜାରରେ ଜଣେ ଯୁବକ ଦୋକାନୀଙ୍କୁ ଡ଼ରାଇ ବଟି ଆଦାୟ କରୁଥିବାବେଳେ ଖବର ପାଇ ପୁଲିସ ଉକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି ।ଜାମିନ ଖାରଜ ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି।ଯୁବକ ଜଣଙ୍କ ମାଣିକପାଟଣା ମିଲ ହରିଜନ ସାହିର ଦିଲ୍ଲୀପ ନାୟକ (୩୫)।ଶୁକ୍ରବାର ଅପରାହ୍ନରେ ମାରଣାସ୍ତ୍ର ଧରି ବୁଲୁଥିବା ଦିଲ୍ଲୀପ ତେଜରାତି ଦୋକାନରୁ ରୋଷେଇ ସାମଗ୍ରୀ କିଣିବା ପରେ ଟଙ୍କା ନ ଦେଇ ଚାଲି ଆସିଲା।ଦୋକାନୀ ପଇସା ମାଗିବାରୁ ତାକୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ମୁଁ ଜେଲ ଫେରନ୍ତା ମୋ ପାଖରେ ପଇସା ନାହିଁ ମୁଁ ଦେଇ ପାରିବି ନାହିଁ ବୋଲି କହିଥିଲା।ଦୋକାନୀ ପ୍ରଶାନ୍ତ କୁମାର ସାହୁ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୁଲିସ ୧୫୨/୨୩ରେ ମାମଲା ରୁଜୁ କରିଥିଲେ। ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ,ଏଏସଆଇ ଦେବରାଜ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀପକୁ ଦାଦାବଟି ମାଗିବା ହତ୍ୟା ଧମକ ଦେବା ଗାଳି ଗୁଳଜ କରି ଆଘାତ ଦେବା ଅଭିଯୋଗରେ ଗିରଫ କରିଥିଲେ।





