କଟକ, (ବାଘୁଆବାର୍ତ୍ତା): ନିଲମ୍ଵିତ ହେଲେ ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି। ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦଶମନ୍ତପୁର ଆଇଆଇସି ଏବଂ ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କୁ ଜୁଲାଇ ୨୮ ତାରିଖରେ ଗିରଫ କରାଯାଇଥିଲା। ପ୍ରକାଶ ଥାଉକି, ଏକ ମାମଲା ରଫାଦଫା କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦଶମନ୍ତପୁର ଆଇଆଇସି ଏବଂ ଏଏସଆଇ ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ। ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଏଏସଆଇ ଦୀପିକା ହୀରାଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସ୍ପି ଅରୁଣ ନାୟକ, ଇନସପେକ୍ଟର୍ ସଞ୍ଜୟ ପ୍ରଧାନ ଓ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ।





