ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି । ସର୍ବୋଚ୍ଚ ଅଦାଲତ କଂଗ୍ରେସ ଯୁବରାଜଙ୍କ ଆବେଦନର ଶୁଣାଣି କରି ସାମୟିକ ଆଶ୍ବସ୍ତି ଦେଇଛନ୍ତି। ମୋଦି ସଙ୍ଗିଆ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଦୁଇ ବର୍ଷ ଦଣ୍ଡାଦେଶ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାସହ ତାଙ୍କର ସାଂସଦ ପଦ କାଏମ ରଖିଛନ୍ତି। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ଯାଏ ଜେଲ ଦଣ୍ଡ ଉପରେ ଏହି ସ୍ଥଗିତା ଦେଶ ଜାରି ରହିବ ବୋଲି ୩ ଜଣିଆ ଖଣ୍ଡପୀଠ ତାଙ୍କ ପ୍ରାରମ୍ଭିକ ରାୟରେ କହିଛନ୍ତି । ଶୁକ୍ରବାର ମୋଦି ସାଙ୍ଗିଆ ମାନହାନୀ କେସ୍ରେ ସୁପ୍ରିମକୋର୍ଟରେ ଏହି ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ, ମୋଦି ସାଙ୍ଗିଆ ମାନହାନୀ ଅପରାଧିକ ମାମଲାରେ ଗୁଜରାଟ ଜିଲ୍ଲା କୋର୍ଟଙ୍କ ସର୍ବାଧିକ ଜେଲ୍ ଦଣ୍ଡର କାରଣ ନେଇ ପ୍ରଶ୍ନ କରିଛନ୍ତି । ଗୁଜରାଟର ଟ୍ରାଏକ କୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ଟିପ୍ପଣୀ କରିନଥିବାରୁ ସର୍ବୋଚ୍ଚ ଅଦାଲତ ତାହାକୁ ଏଭଳି ପ୍ରଶ୍ନ କରିଛନ୍ତି । ଏହାସହ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ‘ଏହା କୌଣସି ହତ୍ୟା ମାମଲା ନୁହେଁ । ତେଣୁ ଜଣେ ସାଂସଦଙ୍କୁ କାହିଁକି ସର୍ବାଧିକ ଦଣ୍ଡ ଦିଆଗଲା । ଏଭଳି ମାମଲାର ପ୍ରଭାବ ବହୁତ ବ୍ୟାପକ । ଏହାର ନିଷ୍ପତ୍ତି ଜଣେ ସାଂସଦଙ୍କୁ ନିର୍ବାଚିତ କରିଥିବା ଭୋଟରଙ୍କ ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁଣିଥରେ କାଏମ ରହିଛି । ଏହାସହ ୨୦୨୪ ସାଧାରଣ ନିର୍ବାଚନରେ ଲଢିବାକୁ ତାଙ୍କ ଯୋଗ୍ୟତା ମଧ୍ୟ କାଏମ ରହିବା ନେଇ ଆଶା ସୃଷ୍ଟି ହୋଇଛି ।





