କଟକ, (ବାଘୁଆବାର୍ତ୍ତା): ଅର୍ଚ୍ଚନା ନାଗ ଗିରଫଦାରୀ ମାମଲା । ହାଇକୋର୍ଟରୁ ମିଳିଲା ଅର୍ଚ୍ଚନା ନାଗଙ୍କୁ ଜାମିନ୍ । ୨ଟି ମାମଲରେ ଅର୍ଚ୍ଚନାଙ୍କୁ ମିଳିଛି ଜାମିନ୍ । ଏହାସହିତ ତଦନ୍ତରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୯ରେ ମାମଲାରେ ପରବର୍ତ୍ତୀ ଶୁଣାଣି । ଖବର ଅନୁଯାୟୀ, ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଦୁଇଟି ମାମଲାରେ ଜାମିନ ଲାଗି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅର୍ଚ୍ଚନା । ଏହି ଦୁଇଟି ମାମଲାରେ ଶୁଣାଣି କରି ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହିତ ଅର୍ଚ୍ଚନାଙ୍କ ସମ୍ମୁଖରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଖାସ୍ କରି ତାଙ୍କ ନାଁରେ ଚାଲିଥିବା ମାମଲା ସଂପର୍କରେ ବାହାରେ କୌଣସି ପ୍ରତିକ୍ରିୟା ରଖିପାରିବେନାହିଁ । ଏହାବାଦ୍ ତଦନ୍ତରେ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟରେ ଜାମିନ ମିଳିଥିବା ସତ୍ତ୍ୱେ ବି ଏବେ ବି ଜେଲ୍ରେ ରହିବେ ଅର୍ଚ୍ଚନା ନାଗ । ଇଡିରେ ଚାଲିଥିବା ମାମଲାରେ ବେଲ୍ ମିଳିନଥିବାରୁ ଏବେ ଜେଲ୍ରୁ ବାହାରି ପାରିବେ ନାହିଁ ଅର୍ଚ୍ଚନା ନାଗ ।





