ନୟାଗଡ଼, (ବାଘୁଆବାର୍ତ୍ତା): ଏକ ଚୋରି ମାମଲାରେ କେନ୍ଦ୍ରାପଡା ଓ ଭୁବନେଶ୍ୱରରୁ ୩ ଜର ଲୁଟେରାଙ୍କୁ ବାନ୍ଧିଛି ସୁନାଖଳା ପୁଲିସ । ସୁଚନାନୁସାରେ ଗତ ୧୩ ତାରିଖ ଦିନ ରାଜସୁନାଖଳା ନିକଟସ୍ଥ କେ.କେ.ଟ୍ରେଡର୍ସରୁ ରାତି ୨ଟା ବେଳେ ୨ ଗୋଟି ରୋଟେଭେଟର ଚୋରୀ ହୋଇଥିଲା । ଏ ନେଇ ରଣପୁର ଥାନାରେ ଏକ ମାମଲା କେସ୍ ନଂ ୧୮୬/୨୦୨୩ ରେ ୟୁ/ଏସ-୩୭୯ ଆଇପସି ରେ ଏକ ମାମଲା ରୁଜୁ କରାଯାଇଥିଲା । ସୁନାଖଳା ପୋଲିସ ଉକ୍ତ ଚୋରୀରେ ବ୍ୟବହାର ହୋଇଥିବା ଗାଡିଟିକୁ କେନ୍ଦ୍ରାପଡା ଓ ରୋଟେଭଟରକୁ ଭୁବନେଶ୍ୱରରୁ ଜବତ କରିଛି । ଏଥି ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ଖୋର୍ଦ୍ଧା ଜିଲ୍ଲା ସହିଦ ନଗର ଭିଏସଏସ ନଗର ହନୁମାନ ବସ୍ତିରେ ରହୁଥିବା ସ୍ୱର୍ଗତ ହରିହର ଜେନାଙ୍କ ପୁଅ ସୁଭେନ୍ଦୁ କୁମାର ଜେନା, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ରତାପଣ୍ଡା ଗ୍ରାମର ନନିଗୋପାଳ ମଣ୍ଡଳଙ୍କ ପୁଅ ରବିନ ଚନ୍ଦ୍ର ମଣ୍ଡଳ ଓ ଉତରପ୍ରଦେଶ ରାଜ୍ୟର ମିର୍ଜାପୁର ଜିଲ୍ଲା କଟରା ଥାନା ସବ୍ରିସଙ୍କତା ପ୍ରସାଦ ଗ୍ରାମର ମହାଦେବ ଗୁପ୍ତାଙ୍କ ପୁଅ କିଶାନ ଗୁପ୍ତାଙ୍କୁ ସୁନାଖଳା ପୁଲିସ ଗିରଫ କରିଛି । କିଶାନ ଗୁପ୍ତା ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ମହିନ୍ଦ୍ରା ସର୍ଭିସ ସେଣ୍ଟର ନିକଟରେ ରହୁଥିଲେ । ସମସ୍ତ ତିନି ଜଣଙ୍କୁ ଆଜି କୋର୍ଟ ଫରୁୱାର୍ଡ କରାଯାଇଛି । ଏ ନେଇ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରତିପ୍ରକାଶ ମହାନ୍ତି ସୁଚନା ଦେଇଛନ୍ତି ।





