Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଳି ପାଇଁ ହତ୍ୟା ଘଟଣା, ମଙ୍ଗଳା କୋଠି ପୂଜାରିଙ୍କ ସମେତ ୪ ଗିରଫ

by ସଞ୍ଜୟ ସ୍ୱାଇଁ
July 30, 2023
in Crime, State
ବଳି ପାଇଁ ହତ୍ୟା ଘଟଣା, ମଙ୍ଗଳା କୋଠି ପୂଜାରିଙ୍କ ସମେତ ୪ ଗିରଫ
83
VIEWS
Share on FacebookShare on Twitter

ଅନୁଗୁଳ, (ବାଘୁଆବାର୍ତ୍ତା): ନାବାଳକକୁ ବଳି ପାଇଁ ହତ୍ୟା ଘଟଣା । ଘଟଣାରେ ଜଣେ ନାବାଳକ ସହ ଚାରି ଗିରଫ । ମଙ୍ଗଳା କୋଠି ପୂଜାରିଣୀ ରିତାଞ୍ଜଳି ବାଘ ଓ ତାର ତିନି ପୁଅ ଗିରଫ କଲା ପୋଲିସ। ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ହେବ ସ୍ପଷ୍ଟ । ଏ ସବୁ ମିଳିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ସୂଚନା ଦେଲେ ଅନୁଗୋଳ ଏସ୍ ପି ସୁଧାଂଶୁ ଶେଖର ମିଶ୍ର । ଆଜି ମଙ୍ଗଳା ମନ୍ଦିରର ମହିଳା ପୂଜକ ଓ ତାଙ୍କ ତିନି ପୁଅକୁ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଥିଲା ଆଠମଲ୍ଲିକ ଥାନା ପୋଲିସ ।ଆଠମଲ୍ଲିକ ଥାନାରେ କିଛି ଗ୍ରାମବାସୀଙ୍କୁ ମଧ୍ୟ ପଚରାଉଚରା ହୋଇଛି । ସାଇଣ୍ଟିଫିକ୍ ଟିମ୍ ଓ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଦିଗରୁ ଖୋଳତାଡ କରୁଛନ୍ତି । ବିବାଦୀୟ ମଙ୍ଗଳା କୋଠି ନିକଟରେ ଦୁଇ ଜଣ ଆଡିସିନାଲ ଏସପିଙ୍କ ନେତୃତ୍ୱରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗ୍ରାମବାସୀଙ୍କୁ ନେଇ ସ୍ଥାନୀୟ ପଞ୍ଚାୟତ କାର‌୍ୟ୍ୟାଳୟ ଠାରେ ପୋଲିସ୍ ବୈଠକ କରିଛି । ମନ୍ଦିରକୁ ସେଠାରୁ ଭାଙ୍ଗିଦେବା ସହ ମହିଳା ପୂଜକଙ୍କ ପରିବାରକୁ ଗାଁରେ ପୁରାଇ ନଦେବାକୁ କହିଛନ୍ତି ଗ୍ରାମବାସୀ । ଗତକାଲି କଟକ ଏସସିବିରେ ମୃତ ସଞ୍ଜିତଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ହତ୍ୟାକୁ ନେଇ ଅସମାହିତ ପ୍ରଶ୍ନବାଚୀ । ଗତ ୨୩ ତାରିଖରେ ସଞ୍ଜିତକୁ ସାଙ୍ଗରେ ନେଇ ଟୁସର ଗାଁର ମା ମଙ୍ଗଳା ମନ୍ଦିରକୁ ଅଧିଆ ପଡ଼ିବାକୁ ଆସିଥିଲେ ମାଆ ବାସନ୍ତୀ ବିଶ୍ୱାଳ । ପୁଅର ଅସୁସ୍ଥତା ପାଇଁ ସେ ପୂର୍ବରୁ ମଧ୍ୟ ଆସିଥିଲେ । ଏ ବାବଦରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ତେବେ ସେଦିନ ଅଧିଆ ପଡ଼ିଥିବା ବେଳେ ରାତି ହୋଇଯିବାରୁ ତାଙ୍କୁ ସେଠାରେ ରହିବାକୁ ପଡ଼ିଥିଲା । ତେବେ ତାଙ୍କ ପାଖରେ ଶୋଇଥିବା ପୁଅ ସକାଳକୁ ନଥିଲା । ପୁଅ ମନ୍ଦିରରେ ନମିଳିବାରୁ କିଆକଟା ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ୫ ଦିନ ପରେ ଗତ ୨୮ତାରିଖରେ ମିଳିଥିଲା ମୃତଦେହ । ଘଟଣା ଜଣାପଡ଼ଇବା ପରେ ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ କରି ଗ୍ରାମବାସୀ ପୋଲିସ୍ ଗାଡ଼ି ପୋଡ଼ି ଦେଇଥିଲେ । ରାସ୍ତାରୋକ ଓ ପୋଲିସ ଗାଡି ପୋଡି ଘଟଣାରେ ୬ଟି ଗାଁର ୩୬୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!