ପୁରୀ, (ବାଘୁଆବାର୍ତ୍ତା): ମୁକୁନ୍ଦ ମିଶ୍ର ନଗରରେ ୨୭ ତାରିଖରେ ହୋଇଥିବା ବୋମା ମାଡ଼ରେ ସଦର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏନେଇ ବସେଳି ଥାନା ପରିସରରେ ସିଟି ଡିଏସପି ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ନିଲୁ ବରାଳ, ରମିନ ସିଂ, ନାରାୟଣ ମଲ୍ଲିକ, ବୁଲୁ ମଲ୍ଲିକ, ଜିତେନ୍ଦ୍ର ସାହୁକୁ ସଦର ଥାନା ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଅଭିଯୋଗକାରୀ ବିଜୟ ଖୁଣ୍ଟିଆ ଓ ନିଲୁ ବରାଳଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ରହିଆସୁଥିଲା ଏବଂ ନିଲୁ ବିଜୟ ଖୁଣ୍ଟିଆଙ୍କଠାରୁ ପ୍ରତିଶୋଧ ନେବାର ସୁଯୋଗ ଖୋଜୁଥିଲା । ତେଣୁ ନିଲୁ ବରାଳ ତାଙ୍କ ସହଯୋଗୀ ରମିନ୍ ସିଂ, ନାରାୟଣ ମଲ୍ଲିକ୍, ବୁଲୁ ମଲ୍ଲିକ୍, ଜିତେନ୍ଦ୍ର ସାହୁଙ୍କ ସହ ବିଜୟ ଖୁଣ୍ଟିଆଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲା । ପୂର୍ବ ଯୋଜନା କରି ଅଭିଯୁକ୍ତମାନେ ବିଜୟ ଖୁଣ୍ଟିଆଙ୍କ ଘର ନିକଟରେ ବୋମା ଫିଙ୍ଗିଥିଲେ । ବିଜୟ ଖୁଣ୍ଟିଆ ତାଙ୍କ ଘରେ ଅନୁପସ୍ଥିତ ଥିବା ଦେଖି ଅଭିଯୁକ୍ତମାନେ ୩ଟି ବୋମା ଫିଙ୍ଗି ବିଜୟ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟର ମିଥ୍ୟା ଅଭିଯୋଗ କରିଥିଲେ । ଅଭିଯୁକ୍ତମାନେ ସ୍କାଏ ଲାଇଟ୍ ଉପରକୁ ଏହି ବୋମା ଫିଙ୍ଗିଥିଲେ କ୍ଷ ପୁଲିସ ଚାରୋଟି ଅଫୁଟା ବୋମା, ଏକ ହିରୋ ହୋଣ୍ଡା ଗ୍ଲାମର , ଗୋଟିଏ ହୋଣ୍ଡା ଗ୍ରାଜିଆ ସ୍କୁଟି, ବିସ୍ଫୋରଣ ହୋଇଥିବା ବୋମାଗୁଡ଼ିକର ଅବଶିଷ୍ଟାଂଶ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।





