କରଞ୍ଜିଆ, (ବାଘୁଆବାର୍ତ୍ତା): ହାତୀ ପିଠିରେ ନିଆଁ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ । ଅସ୍ଥାୟୀ ବନବିଭାଗ କର୍ମଚାରୀଙ୍କୁ ବହିଷ୍କାର କଲା ବନବିଭାଗ । ଗତ ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ ଡୁମୁରିଆ ଗାଁରେ ହାତୀ ପିଠିରେ ନିଆଁ ଲଗାଇ ଦେଇଥିଲେ ଦୁଇଜଣ ବ୍ୟକ୍ତି । ସେ ଦୁଇଜଣ ଅସ୍ଥାୟୀ ବନବନିଭାଗ କର୍ମଚାରୀ ଭାବେ କାର୍ୟ୍ୟ କରୁଥିଲେ। ବହିଷ୍କୃତ ହୋଇଥିବା ଦୁଇ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ । ଗତ ୨୭ ତାରିଖରେ ହାତୀ ପିଠିରେ ନିଆଁ ଲଗାଇଦେଇଥିବା ଭିଡିଓ ଭାଇରାଲ ହୋଇଥିଲା।





