ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଖଲ୍ଲିକୋଟ ପୋଲିସ ବଡ଼ ସଫଳତା ।ପଶ୍ଚିମବଙ୍ଗରୁ ଅପରାଧୀ ବିଭୁ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧୦ ଜୀବନ୍ତ ଗୁଳି, ୬ଟି ବୋମା ଜବତ ହୋଇଛି । ଖଲ୍ଲିକୋଟ ଓ କୋଦଳା ଥାନା ସମେତ ଓଡିଶାର ବିଭିନ୍ନ ଜିଲ୍ଲାରେ ୨୦ରୁ ଅଧିକ ଅପରଧାରେ ଜଡିତ ଥାଇ ଫେରାର ଥିବା ଅପରାଧୀ ବିଭୁ ଜେନା ଓ ତାର ଦୁଇ ସହଯୋଗୀ ରାମପାଳ, ସଞ୍ଜୟ ବାରିକଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,୧୦ ଗୋଟି ଜୀବନ୍ତ ଗୁଳି ସହ ୬ ଗୋଟି ବୋମା ଜବତ ହୋଇଛି ଜ୍ଝ ଅପରାଧୀ ବିଭୁ ଜେନା ଓ ତାର ସହଯୋଗୀ ମାନେ ଓଡ଼ିଶାର ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଓ ଅନ୍ୟାନ୍ୟ ଅପରାଧରେ ଜଡିତ ଥାଇ ଫେରାର୍ ଥିଲେ । ତେବେ ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶରେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ଵରେ ଏକ ଟିମ ଗଠନ କରାଯାଇ ଅପରାଧୀଙ୍କୁ ଗିରଫ୍ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।





