ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବ୍ୟାଙ୍କ ଲୋନ୍ ଦେବା ନାଁରେ ବଡ଼ଧରଣର ଠକେଇ । ବନ୍ଧା ହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟମ୍ ପ୍ରକାଶ ପରିଡା । ପୂର୍ବତନ ମ୍ୟାନ୍ଜରଙ୍କୁ ବାନ୍ଧିଲା କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨୦୧୫ ରୁ ୨୦୧୭ ମଧ୍ୟରେ ଲୋନ୍ ଦେବା ନାଁରେ ହୋଇଥିଲା ବଡ଼ ଧରଣର ଠକେଇ । ପ୍ରାୟ ୧ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଖାସ୍ କରି ଜାଲ୍ କାଗଜପତ୍ର ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲୋନ୍ ପ୍ରଦାନ କରାଯାଇଥିଲା । ଏଥିରେ ୨୪ଟି ଗାଡି ଲୋନ୍ ଏବଂ ସିସି ଲୋନ୍ ମିଥ୍ୟା ଆକାଉଣ୍ଟରେ ପ୍ରଦାନ କରିଥିଲେ ସ୍ୱୟଂମ୍ । ଏନେଇ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଶେଷରେ ତଦନ୍ତ କରି ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କୁ ବାନ୍ଧିଲା ଅର୍ଥନୈତିକ ଅପରାଧ ଶାଖା ।





