କୋରାପୁଟ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ପୋଲିସ ଏଏସଆଇ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାରେ ଜୟପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଲେ ମହିଳା ପୋଲିସ ଅଧିକାରୀ । ଦଶମନ୍ତପୁର ଥାନା ଏଏସଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ମାମଲା ରଫା ଦଫା କରିବାକୁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଜୟପୁର ଭିଜିଲାନ୍ସ ଟିମ୍ ଦଶମନ୍ତପୁର ଥାନାରେ ଅଧିକ ତଦନ୍ତ କରୁଛି ।





