ଆଠଗଡ, (ବାଘୁଆବାର୍ତ୍ତା): ଆଠଗଡ ଖୁଣ୍ଟୁଣୀ ଖଣ୍ଡୁଆଳି ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଆକ୍ରମଣ କଲେ ମଦ ମାଫିଆ । ଦୁର୍ବୃତ୍ତମାନେ ୪ଟି ଗାଡି ଭାଙ୍ଗି ଚୁରମାର କରିଦେଇଛନ୍ତି । ଏହାସହ ଦୁଇ ଜଣ କର୍ମଚାରୀଙ୍କୁ ଖଣ୍ଡାରେ ହାଣିଲେ ମଦ ମାଫିଆ । ରାସ୍ତା କଡରେ ଗାଡି ରଖି ଜଙ୍ଗଲ ଭିତରକୁ ରେଡ୍ ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ସମେତ ଅବକାରୀ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।





