Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅତ୍ୟାଧିକ ସୁନ୍ଦରୀ ପାଇଁ ମିଳିଲାନି ଚାକିରି

by ସଞ୍ଜୟ ସ୍ୱାଇଁ
July 28, 2023
in Feature News
ଅତ୍ୟାଧିକ ସୁନ୍ଦରୀ ପାଇଁ ମିଳିଲାନି ଚାକିରି

depressed woman with head down hugging knees and sitting on bed at home

473
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଧିକ ସୁନ୍ଦର ଦେଖାଯିବା କାଳ ହେଲା । ଗୋରା ରଙ୍ଗ ଯୋଗୁଁ ମିଳିଲାନି ଚାକିରି।ଏକଥା ଶୁଣିବାକୁ ଅଡୁଆ ଲାଗିଲେ ବି ସତ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରର ଜଣେ ଯୁବତୀଙ୍କ ସହ । ଚାକିରି ସନ୍ଧାନରେ ଥିବା ଯୁବକଯୁବତୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଆପଣ ଜାଣିଥିବେ । କେବେ ପ୍ରୋଫାଇଲ ଠିକ୍ ନଥିବ ତ କେବେ ଇଣ୍ଟରଭ୍ୟୁରେ କଠିନ ପଶ୍ନ ଯୋଗଁବ ଫେଲ୍ୟୁର ହୋଇଥାନ୍ତି କ୍ୟାଣ୍ଡିଡେଟ୍ । ହେଲେ କେହି ନିଜ ସୁନ୍ଦରତା ପାଇଁ କିମ୍ବା ଗୋରା ଚର୍ମ ପାଇଁ ଫେଲ୍ୟୁର ହୋଇଥିବା ଘଟଣା ଅଜବ ଲାଗୁଛି । କିନ୍ତୁ ବେଙ୍ଗାଲର ଯୁବତୀ ଜଣକ ନିଜର ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ସ୍ପଷ୍ଟ ହୋଇଛି । ପ୍ରତୀକ୍ଷା ଜିଚକର ନାମକ ଯୁବତୀ ନିଜର ଲିଙ୍କଇନ୍ ପ୍ରୋଫାଇଲରେ ସେୟାର କରି ଲେଖିଛନ୍ତି ଯେ, ‘ ନେଟିଜେନ୍ସ ଠିକ୍ ପଡିଛନ୍ତି .. ଇଣ୍ଟରଭ୍ୟୁରେ ତିନୋଟି ରାଉଣ୍ଡ ଥିଲା । ପ୍ରଥମେ ଆସାଇନମେଣ୍ଟ, ଦ୍ୱିତୀୟରେ ସ୍କିଲ୍ସ ଓ ତୃତୀୟରେ ଏକ୍ସପେରିଏନ୍ସ । ସେ ଏ ସବୁଥିରେ କ୍ୱାଲିଫାଏ କଲେ । କିନ୍ତୁ ଫାଇନାଲ ରାଉଣ୍ଡରେ ବିଫଳ ହେଲେ । ଏହାର କାରଣ ଥିଲା ତାଙ୍କର ଗୋରା ସ୍କିନ୍ । ଯେଉଁଠି ଆମେ ବିବିଧତା ବିଷୟରେ ଆଲୋଚନା କରୁଛୁ ସେଠି ଏଭଳି ଭାବେ ରଙ୍ଗ, ଧର୍ମ ଆଧାରରେ ଚୟନ କରାଯିବା ବାସ୍ତବିକ ଦୁଃଖର ବିଷୟ ବୋଲି ଲେଖିଛନ୍ତି ପ୍ରତୀକ୍ଷା । ଏଭଳି କରି କମ୍ପାନୀ କିନ୍ତୁ ନିଜର ଭାବମୂର୍ତ୍ତି ଖରାପ କରିଛି । ଏହା ପରେ ପରେ କମ୍ପାନୀର ଏଚଆର ଟିମ ଦେଇଥିବା ଏକ ମେଲର ସ୍କ୍ରିନ୍ ସଟ୍କୁ ପୋଷ୍ଟ କରିଛନ୍ତି , ଯେଉଁଥିରେ ଲେଖାଅଛି ଆମ କମ୍ପାନୀର ଇଣ୍ଟରଭ୍ୟୁ ସମୟରେ ପୁରା ପ୍ରୋସେସ୍ ଶେଷ ହେବା ଯାଏଁ ଧୈର‌୍ୟ୍ୟର ସହ ସହଯୋଗ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ହେଲେ ଦୁର୍ଭାଗ୍ୟ ଯେ ସବୁଥିରେ ଆପଣଙ୍କ ସଫଳତା ପରେ ବି ଆମେ ଆପଣଙ୍କୁ ଏହି ପୋଷ୍ଟ ପାଇଁ ରଖିପାରିବୁ ନାହିଁ । ଆପଣଙ୍କ ପ୍ରୋଫୋଇଲ ଆମ କମ୍ପାନୀର ଆବଶ୍ୟକତା ଅନୁସାରେ ପୁରା ଠିକ୍ ଅଛି । କିନ୍ତୁ ସମସ୍ୟା ଅପଣଙ୍କ ସ୍କିନରେ । ପ୍ରକୃତ କଥା ହେଉଛି , ଆପଣଙ୍କ ସ୍କିନ୍ ଟୋନ୍ ଆମ ଟିମ୍ ଠାରୁ ଅଧିକ । ଆପଣଙ୍କ ଅତ୍ୟଧିକ ଗୋରା ରଙ୍ଗ ଆମ ଟିମ୍ ଭିତରେ ମତଭେଦ ସୃଷ୍ଟି କରିପାରେ । ତେଣୁ ଇଣ୍ଟରଭ୍ୟୁରେ ଆପଣଙ୍କ ସଫଳତା ପରେ ବି ଆମେ ଆପଣଙ୍କୁ ଜବ୍ ଅଫର ଦେଇପାରିବୁ ନାହିଁ । ଏହି ପୋଷ୍ଟ ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ । ପ୍ରତୀକ୍ଷାଙ୍କ ଏହି ପୋଷ୍ଟକୁ ୧୩ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଲେଣି । ଆଜିକା ଦିନରେ ବି ରଙ୍ଗ ରୂପକୁ ନେଇ ଏଭଳି ବାଛବିଚାର କରିବା ଲୋକଙ୍କୁ ଦୁର୍ବଳ ମାନସିକତାକୁ ସୂଚାଉଛି । ତେବେ ପୂର୍ବରୁ ବି ଏଭଳି କିଛି ଖବର ସାମ୍ନାକୁ ଆସିଛି । ବିରୋଧର ସ୍ୱର ବି ଉଠିଛି । ଅତ୍ୟାଧୁନିକ ସମାଜରେ ମଣିଷ ଯାଇ ମହାକାଶ, ଚନ୍ଦ୍ରରେ ପାଦ ଥାପିଥିବାବେଳେ ରଙ୍ଗକୁ ନେଇ ବିଭେଦ ପୁଣି ଏକ ଋଢିବାଦୀ ସମାଜର ସ୍ଥିତିକୁ ଜାହିର କରୁଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!