ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୈାରାଞ୍ଚଳ ଅରବିନ୍ଦ ନଗରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଂଚଳକୁ ପୈାର ପରିଷଦ ତତ୍ୱାବଧାନରେ ଅଗ୍ନିଶମ କର୍ମଚାରୀମାନେ ବିଶୋଧନ କରିଥିବା ଜଣାଯାଇଛି । ଏହା ସହିତ ବାରମାସୀ ଦଣ୍ଡା, ଶ୍ରୀବିହାର, ନୟାଗଡ଼ ପୈାରଞ୍ଚଳର ୮ନଂ ୱାର୍ଡ଼କୁ ବିଶୋଧନ କରଯାଇଛି । ଏହି ଅଂଚଳର ଲୋକମାନଙ୍କୁ କଟକଣା ମାନିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ନେଇ ପୈାରଞ୍ଚଳ ପକ୍ଷରୁ ସଚେତନ କରାଯାଉଥିବା ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି ।





