ପୁରୀ, (ବାଘୁଆବାର୍ତ୍ତା): ପୁଣି ପୁରୀରେ ବୋମାମାଡ । ସଦର ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଛି । ବାପି ଓରଫ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମାମାଡ ହୋଇଥିବା ଜଣାପଡିଛି । ଦୁଇ ଜଣ ଦୁର୍ବୃତ୍ତ ଚାରୋଟି ବୋମାମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଆସନ୍ତା ୧୦ ତାରିଖରେ କୋର୍ଟରେ ସାକ୍ଷୀ ଥିବାରୁ ବାପି ଖୁଣ୍ଟିଆଙ୍କ ପରିବାରକୁ ଡରାଇବା ପାଇଁ ଏଭଳି ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି ।





