ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ ରେ ପଂହଚିଛି । ସେଥିମଧ୍ୟରେ ୧୨୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୮ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଖୋର୍ଦ୍ଧା ୭, ନୟାଗଡ଼ ୪, ଝାରସୁଗୁଡ଼ା ୧, ରାୟାଗଡ଼ା ୫, କଟକ ୧୯, ଜଗତସିଂହପୁର ୪, ବାଲେଶ୍ୱର ୮, ଢେଙ୍କାନାଳ ଓ ସମ୍ବଲପୁରରୁ ୧ ଲେଖାଏଁ, ଅନୁଗୁଳ ୬, ଗଞ୍ଜାମ , ସୋନପୁର ୨, ଭଦ୍ରକ ୧୯, କନ୍ଧମାଳ ୪୮, ସୁନ୍ଦରଗଡ଼ରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଅଗ୍ନିଶ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୩୩ଟି ମାମଲା ସକ୍ରିୟ ରହିଥିବା ୨୭୦୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଫଳରେ ନୟାଗଡ଼ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ହୋଇଥିବା ଜଣାଯାଇଛି ।





