ଜଗତସିଂହପୁର, (ବାଘୁଆବାର୍ତ୍ତା): ଜଗତସିଂହପୁର ସହର ଉପକଣ୍ଠ ପୁରୁଣାଗଡ଼ ଅଞ୍ଚଳରୁ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଏହି ଘଟଣାରେ ପୁରୁଣାଗଡର କୁନା କାଣ୍ଡି (୨୬ ବର୍ଷ)ଙ୍କୁ ଗିରଫ କରାଯାଇଛି । କୁନାଙ୍କ ପାଖରୁ ୧୫୦ ଗ୍ରାମର ବ୍ରାଉନସୁଗର ସହ ଏକ ବାଇକ ଜବତ କରାଯାଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ବୈଜୟନ୍ତୀ ପଣ୍ଡା ଜଣାଇଛନ୍ତି । ଅବକାରୀ ବିଭାଗ ଇନ୍ସପେକ୍ଟର ନିମେଇଁ ଚରଣ ସିଂଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ବିଭାଗୀୟ ଓଆଇସି ପ୍ରକାଶ କୁମାର ମଲ୍ଲିକ, ଏଏସଆଇ ପ୍ରକାଶ କୁମାର ରାଉତ, ସରୋଜ କୁମାର ସାହୁ, କନଷ୍ଟେବଳ ହିମାଂଶୁ ନାୟକ ସାମିଲ ହୋଇଥିଲେ ।





