Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍ତଃରାଜ୍ୟ ଗ୍ୟାଙ୍ଗକୁ ବାନ୍ଧିଲା ବ୍ରହ୍ମପୁର ପୁଲିସ

by ସଞ୍ଜୟ ସ୍ୱାଇଁ
July 26, 2023
in Crime, State
ଅନ୍ତଃରାଜ୍ୟ ଗ୍ୟାଙ୍ଗକୁ ବାନ୍ଧିଲା ବ୍ରହ୍ମପୁର ପୁଲିସ
61
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଏକ ଅନ୍ତଃରାଜ୍ୟ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ଲୁଟେରାଙ୍କୁ କାବୁ କରିଛି। ସେମାନେ ହେଲେ ସନ୍ତୋଷ କୁମାର ନଟ (୩୬), ରାଜା ୟାଦବ (୨୮) ଓ ମନିଷ କୁମାର ୟାଦବ (୨୫)। ଏମାନେ ସମସ୍ତେ ବିହାର ରାଜ୍ୟ କୋତିହାର ଜିଲ୍ଲା କୋର୍‌ହା ଥାନା ଅନ୍ତର୍ଗତ ନୟାତୋଲା ଜୁରାବଗଞ୍ଜ ଗ୍ରାମର ବାସିନ୍ଦା ଅଟନ୍ତି। ସେମାନଙ୍କ ଠାରୁ ଦୁଇଟି ବାଇକ୍ (ଓଡି୨୧୫ଏଜେଡ୍‌- ୬୫୬୩, ଓଆର୍‌ଠ୨ବିଏମ୍‌- ୦୭୯୭), ଗୋଟିଏ ବାଇକ୍‌ର ବୀମା ପ୍ରମାଣପତ୍ର, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ, ଏକ କଳା ରଙ୍ଗର ହେଲ୍‌ମେଟ୍‌, ୩ଟି ଆଧାର କାର୍ଡ, ୬ଟି ଅତ୍ୟାଧୁନିକ କି-ପେଡ୍ ମୋବାଇଲ୍‌, ଡିକି ଓ ବାଇକ୍ ତାଲା ଭାଙ୍ଗିବାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ରହିଥିବା ଏକ ଏୟାର୍ ବ୍ୟାଗ୍ ଆଦି ଜବତ କରିଛି ପୁଲିସ । ଏହି ଅଭିଯୁକ୍ତମାନେ ବ୍ରହ୍ମପୁର ଟାଉନ୍ ଥାନା କେସ୍ ନମ୍ବର ୨୦୯/୨୦୨୩ ସମେତ ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନାର ୨ଟି କେସ୍‌, ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନାର ୨ଟି କେସ୍‌, ଏୟାର୍‌ଫିଲ୍ଡ ଥାନା, ମଞ୍ଚେଶ୍ବର ଥାନା, ଖୋର୍ଦ୍ଧା ମଡେଲ୍ ଥାନା, କଟକ ମାଲଗୋଦାମ ଥାନାର ଗୋଟିଏ ଲେଖାଏଁ କେସ୍‌ରେ ଏମାନେ ଜଡ଼ିତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକଙ୍କ ଠାରୁ ଲୁଟପାଟ କରି ଆସୁଥିଲେ। ପୂର୍ବରୁ ଯୋଜନାବଦ୍ଧ ଉପାୟରେ ନିର୍ଦ୍ଦିଷ୍ଟ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ପରେ ବାଇକ୍‌ରେ ଦ୍ରୁତଗତିରେ ଆସି ସେମାନଙ୍କ ଠାରୁ ଟଙ୍କା, ସୁନା ଓ ରୁପା ଅଳଙ୍କାର ଫ ଛିନତାଇ କରିବା ସହ ଘରେ ମଧ୍ୟ ପଶି ଲୁଟପାଟ କରୁଥିଲେ ବୋଲି ଜଣାଯାଇଛି। ଚୋରି ପରେ ଏମାନେ ଅନ୍ୟ ଅଞ୍ଚଳକୁ ଚାଲିଯାଇ ସେଠାରେ ନିରାପଦ ସ୍ଥାନ ଦେଖି ଲୁଚି ରହୁଥିଲେ। ଫଳରେ ସହଜରେ ପୁଲିସ ହାତରେ ଧରା ପଡୁନଥିଲେ। ଏପରିକି ନିଜ ଗାଁ ବିହାର ରାଜ୍ୟର କୋର୍‌ହା ଅଞ୍ଚଳକୁ ଚାଲି ଯାଉଥିଲେ। ତେବେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ତତ୍ତ୍ଵାବଧାନରେ ପୁଲିସ ଟିମ୍ ଟାଉନ୍ ଥାନା କେସ୍‌ର ତଦନ୍ତ କରି କୌଶଳକ୍ରମେ ଏହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲା। ଗେଟ୍‌ବଜାର ମୁକ୍ତିପଥ ସାହିର ବିଜୟ କୁମାର ଘଡ଼େଇ ଯେକି ବଡବଜାରର ବ୍ୟବସାୟୀ ବି.ସତୀଶ କୁମାରଙ୍କ ସୁପରଭାଇଜର୍ ଭାବେ ତାଙ୍କ ବ୍ୟବସାୟର ଆର୍ଥିକ କାରବାର ବୁଝୁଥିଲେ ତାଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ କେସ୍ ରୁଜୁ ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!