ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀରେ ରଜ ପାଳନକୁ ନେଇ କଟକଣା ଲାଗିଥିବା ବେଳେ ପର୍ବ ଫିକା ପଡ଼ିବ ବୋଲି ଆକଳନ କରାଯାଉଥିଲା । ସଟ୍ଡାଉନ୍ ଥିବାରୁ ଜିଲ୍ଲାରେ ଏଥର ରଜପର୍ବ ସଂମ୍ପୂର୍ଣ୍ଣ ଫିକା ହେବାର ସମ୍ଭାବନା ଥିଲା । ମାତ୍ର ରହପର୍ବକୁ ଅନେକ ଲୋକ ଘର ଭିତରେ ପାଳନ କରିଥିବା ବେଳେ କେତେକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରାଯାଇ ଦୋଳି ଖେଳ ହେବା ସହ ରଜ ପାଳନ ଚାଲିଥିବା ଜଣାଯାଇଛି । ଏଥିସହିତ ରଜକୁ ନେଇ ଯେଉଁ ପରମ୍ପରା ରହିଛି ତାକୁ ଘରେ ଘରେ ପାଳନ କରାଯାଉଥିବା ଜଣାଯାଇଛି ।






