ଫୁଲବାଣୀ, (ବାଘୁଆବାର୍ତ୍ତା): ଲାଞ୍ଚ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ମଙ୍ଗଳବାର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ରାୟ ଶୁଣାଇଛନ୍ତି । ବୌଦ୍ଧ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଗତତ୍କାଳୀନ ଯନ୍ତ୍ରୀ ଇଂ ଭାବଗ୍ରାହୀ ପାଣି ଗ୍ରାହୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ନେଇଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଗତ ୨୦୧୯ ମସିହାରେ ବୌଦ୍ଧ ଜିଲା ଖୁଣ୍ଟ ବନ୍ଧ ପଞ୍ଚାୟତ ମିତ୍ର ଭାନୁ ପ୍ରଧାନ ଏକ ସୌର ପ୍ରକଳ୍ପ ନିର୍ମାଣ କରିଥିଲେ । ପ୍ରକଳ୍ପ କାର୍ୟ୍ୟ ସରିବା ପରେ ବିଲ୍ ପଇଠ ପାଇଁ ଯନ୍ତ୍ରୀ ଇଂ ଭାବଗ୍ରାହୀ ପାଣିଗ୍ରାହୀଙ୍କୁ ବାରମ୍ଵାର ଅନୁରୋଧ କରିଥିଲେ । ତେବେ ବିଲ୍ ପାସ କରିବାପାଇଁ ଯନ୍ତ୍ରୀ ପାଣିଗ୍ରାହୀ ୫୦ ହଜାର ଟଙ୍କା ଦାବୀ କରିଥିଲେ । ଫଳରେ ମିତ୍ରଭାନୁ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ୪, ଫେବୃୟାରୀ ୨୦୧୯ରେ ମିତ୍ର ଭାନୁ କାର୍ୟ୍ୟାଳୟରେ ୫୦ ହଜାର ଟଙ୍କା ପ୍ରଦାନ କରିବା ବେଳେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ୩/୧୯ରେ ମାମଲା ରୁଜୁ କରିଥିଲେ । ଆଜି ଏହି ମାମଲା ର ବିଚାର କରି ଭିଜିଲାନ୍ସ କୋର୍ଟ ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ତେବେ ଅଭିଯୁକ୍ତ ଇଂ ଭାବଗ୍ରାହୀ ସାମନ୍ତରାଏ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତୀ ପାଇ ଚାକିରୀ ରୁ ଅବସର ନେଇ ସାରିଲେଣି । ଏହି ମାମଲାଟିକୁ ସ୍ୱତନ୍ତ୍ର ପିପି ବରୀଷ୍ଠ ଆଇନଜିବୀ ଭି.ଭି.ରାମ ଦାସ ପରିଚାଳନା କରୁଥିଲେ ।





