ବାଲେଶ୍ବର, (ବାଘୁଆବାର୍ତ୍ତା): ଜେଇ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲା । ୫ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରୁଛି ପୁଲିସ । ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବ ପୁଲିସ । ୨୭ ତାରିଖରେ ସରିବ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିଛି ସ୍ବତନ୍ତ୍ର ଟିମ୍ । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରୁ ଗିରଫ ହେବେ ଏକାଧିକ ଅଭିଯୁକ୍ତ । ଏ ନେଇ ଏସ୍ପି ସାଗରିକା ନାଥଙ୍କ ସୂଚନା । ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଡିଲ୍ ନେଇ ସୂଚନା ମିଳିଥିଲା । ଓଏସଏସସିର ସୂଚନା ଆଧାରରେ ରେଡ୍ କରିଥିଲା ବାଲେଶ୍ୱର ପୁଲିସ । ଓଡ଼ିଶା ସୀମାନ୍ତ ଦୀଘାରେ ହୋଇଥିଲା ରେଡ୍ । ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ଫେରାର ରହିଥିଲା। ତାକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା ବାଲେଶ୍ୱର ପୁଲିସ।





