ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ଏପରିକି ବିଭିନ୍ନ ଜିଲ୍ଲାରେ ରଜ ପାଳନକୁ ନେଇ ମଧ୍ୟ କଟକଣା ଲାଗୁ କରାଯାଇଛି । ଏହି ପବିତ୍ର ରଜ ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମସ୍ତଙ୍କୁ ରଜର ଶୁଭେଚ୍ଛା ଜଣାଇବା ସହ ଘରେ ରହି ରଜ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ରଜ ପାଳିବା ସମୟରେ ଦାୟିତ୍ୱ ସଂମ୍ପର୍ଣ୍ଣ ଭାବେ ସାମାଜିକ ଦୂରତା ଅବଲମ୍ବନ କରିବା ମାସ୍କ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏପରିକି ଦୋଳି ଖେଳଠାରୁ ନିଜକୁ ଦୂରେଇ ରଖିବାକୁ କହିଛନ୍ତି । ଗୋଟିଏ ଦୋଳିକୁ ଏକାଧିକ ଲୋକ ବ୍ୟବହାର କରିବା ଅନୁଚିତ ବୋଲି କହିଛନ୍ତି । କୈାଣସି ସ୍ଥାନରେ ଏକଜୁଟ ହୋଇ ତାସ୍ ନଖେଳିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ ପାନ ନଖାଇବାକୁ କହିଛନ୍ତି । ରଜ ପର୍ବରେ ଘରେ ରହି ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିବା ସହ ଏହି ପର୍ବ ସମସ୍ତଙ୍କ ପାଇଁ ଖୁସି ଓ ଆନନ୍ଦ ଆଣି ଦେଉ ବୋଲି କହିଛନ୍ତି ।





