ନୂଆପଡ଼ା, (ବାଘୁଆବାର୍ତ୍ତା): ସ୍ୱାମୀ-ସ୍ତ୍ରୀ କଳି ଭିତରେ ବଳିପଡିଲା ୧୩ ବର୍ଷର ନାବାଳିକା । ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାର ଗାଁରୁ ଆସିଛି ଏମିତି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋମବାର ରାତିରେ ବାପା-ମାଆଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା । ଦେଖୁ ଦେଖୁ ବିବାଦ ବଢିଥିଲା । ଏହି ସମୟରେ ଘରେ ଥିବା ୧୩ ବର୍ଷ ଝିଅ ବାପ-ମାଆଙ୍କୁ ବୁଝାଇବାକୁ ଆସିଥିଲେ । କିନ୍ତୁ ବାପା ଝିଅର ତଣ୍ଟି ଚିପି ଦେଇଥିଲେ । ଯାହାଫଳରେ ଝିଅର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସକାଳୁ ଧରମବନ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତ ବାପା ଗଜାନନ ମାଝୀକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି । ସେପଟେ ମୃତ ନାବାଳିକାର ମୃତଦେହ ବ୍ୟବଚ୍ଛେଦ ପାଇଁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି ।





