କଟକ, (ବାଘୁଆବାର୍ତ୍ତା): ରାୟଗଡା ଜିଲ୍ଲା ଅବକାରୀ ବିଭାଗରେ କାର୍ୟ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ ନିଜ ଘରେ ଗଞ୍ଜେଇ ରଖି କାରବାର କରିବା ମହଙ୍ଗା ହୋଇଛି। ଏହି ଅଭିଯୋଗରେ ସେ ଗତ ମାର୍ଚ୍ଚ ମାସରୁ ରାୟଗଡା ଥାନା ପୁଲିସ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ତାଙ୍କୁ ଅବକାରୀ କମିସନର ଚାକିରିରୁ ବହିଷ୍କାର କରି ଦେଇଛନ୍ତି। ଅଭିଯୁକ୍ତ ଦୀପକ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରିରେ ରହିବା କାଳରେ ବେଆଇନ କାର୍ୟ୍ୟରେ ସମ୍ପୃକ୍ତ ରହୁଥିଲା। ନିଶା ମାଫିଆ ଙ୍କ ଲିଙ୍କରେ ସେ ବର୍ଷ ବର୍ଷ ଧରି ରହିଆସୁଥିଲେ । ହେଲେ ଅଭିଯୁକ୍ତ ଅବକାରୀ ବିଭାଗର କର୍ମଚାରୀ ହୋଇଥିବାରୁ ସହଜରେ ସନ୍ଦେହ ନଜରକୁ ଆସିପାରୁନଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ପୁଲିସ ତାଙ୍କ ଘର ଉପରେ ଗତ ମାର୍ଚ୍ଚ ୨୪ତାରିଖରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ତାର ଘରୁ ୪୨କେଜି ଗଞ୍ଜେଇ ଜବତ ହୋଇଥିଲା।





