କଟକ, (ବାଘୁଆବାର୍ତ୍ତା): ପୁଣି ଜେଲ୍ ଯିବ ଟିଟୋ । କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ । ସର୍ତ୍ତମୂଳକ ଜାମିନରେ ଥିଲେ ଟିଟୋ । ଜାମିନର ସର୍ତ୍ତ ଖିଲାପ କରିଛନ୍ତି ଏହି ଗ୍ୟାଙ୍ଗଷ୍ଟାର । ତାଙ୍କୁ ପୁଣି ଜେଲକୁ ପଠାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।





