ମୟୁରଭଞ୍ଜ, (ବାଘୁଆବାର୍ତ୍ତା): ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରୁ ଛୁ ମାରିଲା ବାଘଛାଲ ଜବତ ଘଟଣାରେ ଗିରଫ ଜଣେ ଅଭିଯୁକ୍ତ । ଅସୁସ୍ଥତା ବାହାନା କରି ହସ୍ପିଟାଲ ଯାଇଥିଲେ । ସୁଯୋଗ ଦେଖି ଚମ୍ପଟ ମାରିଲା । ଫେରାର୍ ଅଭିଯୁକ୍ତର ନାଁ ରୂପାୟ ମାରାଣ୍ଡି । ଏନେଇ ବନ ବିଭାଗ ପକ୍ଷରୁ ବାରିପଦା ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ଗତକାଲି ୪ଟି ବାଘଛାଲ ଜବତ ହେବା ସହ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରୂପାୟ ମାରାଣ୍ଡିକୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଏହି ଘଟଣାରେ ବାରିପଦା ରେଞ୍ଜ ଅଧିକାରୀଙ୍କୁ କୈଫିୟତ ମାଗିଛନ୍ତି ଡିଏଫଓ ସନ୍ତୋଷ ଯୋଶୀ ।





