ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବିଲମାନପୁର ଗ୍ରାମ ନିକଟ କୁସୁମୀ ନଦୀରୁ ଭାସମାନ ଅବସ୍ଥାରେ ଏକ ଗଳିତ ଶବ ଉଦ୍ଧାର ହୋଇଛି । ଓଡ଼ଗାଁ ଏନଏସି ବିଲମାନପୁର ସ୍ମଶାନ ପାଖ ଦେଇ ଯାଇଥିବା କୁସୁମୀ ନଦୀରେ ଏକ ଗଳିତ ଶବ ପାଣିରେ ପଡିଥିବା ଦେଖି ଲୋକେ ପୁଲସି ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲେ । ପ୍ରାଥମିକ ଭାବେ ଶବଟି ଜଣେ ବୃଦ୍ଧଙ୍କର ଜଣାପଡିଛି । ଅନ୍ୟ ପକ୍ଷେ ଆଜି ସକାଳ ସମୟରେ ନଦୀରେ ଭାସି ଆସିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ କର୍ମଚାରି ଓ ପୁଲିସ ଶବଟିକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।





