ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ତରଫରୁ ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ବାଇପାସ ରୋଡ ରେ ପ୍ରଟ୍ରୋଲିଙ୍ଗ ଚାଲିଥିବା ବେଳେ ଦୁଇ ଜଣ ଯୁବକ ଏକ ବାଜାଜ ପଲସର ବାଇକରେ ବାଲେଶ୍ବର ଆଡୁ ଆସୁଥିବା ବେଳେ ସନ୍ଦେହ ଯନକ ଅବସ୍ଥାରେ ଧରା ପଡିଥିଲେ ପୋଲିସ ହାତରେ । ପରେ ପୋଲିସ ସେମାନଙ୍କ ନିକଟରୁ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ସେମାନଙ୍କ ନିକଟରୁ ତିନଟି ମୋବାଇଲ ଫୋନ ଜବତ କରାଯିବା ସହିତ ସେମାନେ ଆସିଥିବା ବାଜାଜ ପୋଲସର ବାଇକ ମଧ୍ୟ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ ଏଥି ସହିତ ଜବତ ହୋଇଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ସାଢେ ତିନି ଲକ୍ଷ ରୁ ଅଧିକ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଥିବା ଦୁଇ ଜଣ ହେଲେ ଶ୍ୟାମ ସୁନ୍ଦର ଯେନା, ପିତା ନକୁଳ ଯେନା ଝାଟିଆ ସାହି ଯାଜପୁର ଆଉ ଜଣେ ହେଲେ ପ୍ରତାପ ଯେନା ପିତା ଲକ୍ଷ୍ଣଣ ଯେନା ଉକୁଳା ଯାଜପୁର ଟାଉନ ଯାଜପୁର ଏହି ଦୁଇ ଜଣଙ୍କୁ ଆଜି କୋଟ ଚାଲାଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ସୌରବ ଓତା ।





